ରେଢାଖୋଲରେ ଶିକ୍ଷକଙ୍କୁ ଗଳାକାଟି ହତ୍ୟା ! କାରଣ ଅସ୍ପଷ୍ଟ, ପୋଲିସର ତନାଘନା

28

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲା ରେଢାଖୋଲରେ ବୀଭତ୍ସ ହତ୍ୟାକାଣ୍ଡ । ରେଢାଖୋଲ ଥାନା ଅନ୍ତର୍ଗତ ବିଶିପାଲି ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ଜଣେ ଶିକ୍ଷକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରନ୍ତି । ତାଙ୍କ ନାଁ ଶରତ ବାରିକ । ଗତକାଲି ରାତି ପ୍ରାୟ ସାଢେ ୯ଟା ସମୟରେ ଏହି ହତ୍ୟାକାଣ୍ଡ ହୋଇଛି । ଶରତଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତାହା ଏଯାଏ ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଂଚି ତନାଘନା ଜାରି ରଖିଛି ।