ପାଣି ପାଇଁ ବନ୍ଦ ! ରେଢାଖୋଲରେ ମହିଳାଙ୍କ ୧୨ ଘଂଟିଆ ବନ୍ଦ ପାଳନ

13

କନକ ବ୍ୟୁରୋ: ପାଣି ପାଇଁ ବନ୍ଦ । ପିଇବା ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ରେଢାଖୋଲବାସୀ । ମହାନଦୀରୁ ରେଢାଖୋଲକୁ ପାଣିଯୋଗାଣ ଦାବିରେ ଏହି ବନ୍ଦ ପାଳନ ହୋଇଛି । ମା’ ଲକ୍ଷ୍ମୀ ପ୍ରତିବେଶୀ ମହିଳା ସଂଗଠନ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି ।

ବୌଦ୍ଧ ଜିଲ୍ଲା କିଆକଟା ମହାନଦୀରୁ ରେଢାଖୋଲ ସହରକୁ ପାଣି ଯୋଗାଇବା ଦାବିରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରୁଛି ମହିଳା ସଂଗଠନ । ବନ୍ଦ’ର ପ୍ରଭାବ ରେଢାଖୋଲରେ ଦେଖିବାକୁ ମିଳିଛି । ଦୋକାନ ବଜାର ଓ ଅଫିସ୍ ଇତ୍ୟାଦି ବନ୍ଦ ରହିଛି । ତେବେ ଗାଡି ମଟର ଚଳାଚଳ ସ୍ୱାଭାବିକ ରହିଥିବା ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –