ଲୁହ ନୁହେଁ ଆଖିରୁ ବାହାରୁଛି ରକ୍ତ । କାରଣ ଜାଣି ପାରୁନାହାନ୍ତି ଡାକ୍ତର

101

ସାଉଥ୍ ଆଣ୍ଡାମାନ୍ ଦ୍ୱୀପରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଜଣେ ଯୁବକଙ୍କ ଆଖିରୁ ପାଣି ବଦଳରେ ରକ୍ତ ବାହାରୁଥିବା ଖବର ସ୍ଥାନୀୟ ଲୋକଙ୍କ ସମେତ ଡ଼ାକ୍ତରଙ୍କୁ ମଧ୍ୟରେ ଚିନ୍ତାରେ ପକାଇଛି । ଦିନରେ ଦୁଇଥର ଏପରି ହେବା ପରେ ଯୁବକ ତୁରନ୍ତ ଯାଇ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । କିନ୍ତୁ ଡ଼ାକ୍ତର ମଧ୍ୟ ଯୁବକଙ୍କ ଏପରି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଜାଣିବା ପାଇଁ ଡ଼ାକ୍ତର ଆଖିର ପରୀକ୍ଷା କରିଥିବା ବେଳେ ସବୁ ଠିକ୍ ଥିବା ଜଣା ପଡ଼ିଥିଲା । ସବୁ ଠିକ୍ ଥାଇ ଏପରି କ’ଣ ପାଇଁ ହେଉଛି, ତାହାର କାରଣ ଖୋଜିବାରେ ଲାଗି ପଡ଼ିଛନ୍ତି ଡ଼ାକ୍ତର ।

ଡ଼ାକ୍ତରଙ୍କ କହିବା ଅନୁଯାୟୀ,ଏଭଳି ସମସ୍ୟାକୁ ହାୟମୋଲୋକ୍ରିୟା କୁହାଯାଉଥିବା ବେଳେ ଭିନ୍ନ ଭିନ୍ନ କାରଣ ପାଇଁ ଏଭଳି ସମସ୍ୟା ଦେଖା ଯାଇଥାଏ । ଅନେକ ପ୍ରକାରର ରୋଗରେ ଏହି ଲକ୍ଷଣ ଦେଖା ଯାଇଥାଏ । କିନ୍ତୁ ସବୁ ପରୀକ୍ଷା କରିବା ପରେ ମଧ୍ୟ ଯୁବକଙ୍କ ଶରୀରରେ ସେଭଳି କୌଣସି ରୋଗ ନ ଥିବା ଜଣା ପଡ଼ିଛି । ତେବେ ଏଭଳି ହେବାର ପ୍ରକୃତ କାରଣ କ’ଣ ତାହାକୁ ଖୋଜିବାରେ ଲାଗି ପଡ଼ିଛନ୍ତି ଡ଼ାକ୍ତର ।