ସୁରକ୍ଷା ବଳୟ ମଧ୍ୟରେ ରହିବ ଲାଲକିଲ୍ଲା ! ଲାଗିବ ୨୨୦ ସିସିଟିଭି, ୧୭ ହଜାର ଲୋକଙ୍କ ଉପରେ ଏକାଥରେ ରଖାଯିବ ନଜର ।

32

ଅଗଷ୍ଟ ପନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଦେଶକୁ ସମ୍ବୋଧିକ କରିବାକୁ ଯାଉଛନ୍ତି । ତେଣୁ ଏହାକୁ ଦୃଷ୍ଟରେ ରଖି ଲାଲକିଲ୍ଲା ବାହାର ପାଶ୍ୱର୍ ଏବଂ ଭିତର ପାଶ୍ୱର୍ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ୧୫ ଅଗଷ୍ଟକୁ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧିତ କରିବେ ସେତେବେଳେ କୌଣସି ପ୍ରକାର ସଂକଟ ଦେଖା ନଯିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଲାଲକିଲ୍ଲାର ସୁରକ୍ଷା ପାଇଁ ଏକ ଖାସ ମ୍ୟାପ ତିଆରି କରାଯାଇଛି । ନର୍ଥ ଜିଲ୍ଲା ସେଣ୍ଟରାଲ ଜିଲ୍ଲା, ଦିଲ୍ଲୀ ପୋଲିସ ସ୍ପେସାଲ ସେଲ, ଦିଲ୍ଲୀ ପୋଲିସ ପିଏମ ସୁରକ୍ଷା ଏବଂ ଦିଲ୍ଲୀ ପୋଲିସ ସିକ୍ୟୁରିଟି ୟୁନିଟ ଭଳି ଅନେକ ସୁରକ୍ଷା ୟୁନିଟ ଲଗାତାର ଲାଲକିଲ୍ଲା ସୁରକ୍ଷାର ସମିକ୍ଷା କରୁଛନ୍ତି । ଲାଲକିଲ୍ଲାର ଚର୍ତୁପାଶ୍ୱର୍ରୁ ପ୍ରାୟ ଅଢେଇ ଏକର ବ୍ୟାପି ଏକ ଘେରାବନ୍ଦି ନିର୍ମାଣ କରାଯାଇଛି । ପ୍ରାୟ ୫୦ ସନ୍ଧାନି କୁକୁରଙ୍କୁ ମଧ୍ୟ ଲାଲକିଲ୍ଲା ଚର୍ତୁପାଶ୍ୱରେ ପ୍ରତି ମୁହୁର୍ତ୍ତରେ ଯାଞ୍ଚ କରିବା ପାଇଁ ମୁତୟନ କରାଯାଇଛି । କେବଳ ସେତିକି ନୁହେଁ ଲାଲକିଲ୍ଲାରେ ଶତ୍ରୁମାନଙ୍କ ଉପରେ ନଜର ରଖିବା ପାଇଁ ୨୨୦ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଯେଉଁଠାରେ ଦେଶକୁ ସମ୍ବୋଧିତ କରିବେ ସେହିଠାରେ ସବୁଠାରୁ ଖାସ କ୍ୟାମେରା ଲଗା ଯିବାର ବ୍ୟବସ୍ଥା କରାଯାଇଛି । ଏହି କ୍ୟାମେରାର ନାମ ହେଉଛି ମିସାଇଲ ଡିଟେକ୍ଟିଭ କ୍ୟାମେରା ।

ଏହାକୁ ବାଦ ଦେଲେ ବିଏସଏଫ, ସିଆଇଏସଏଫ, ଆଇଟିବିପି, ସିଆରପିଏଫ, ଇଣ୍ଡିଆନ ଆର୍ମି, ଏସପିଜି, ଏନଏସଜି, ମିଲିଟାରୀ ଇଞ୍ଜିନିୟରିଂ ଅଫ ଡିଫେନ୍ସ ମଧ୍ୟ ଲାଲକିଲ୍ଲା ସୁରକ୍ଷା ବ୍ୟବସ୍ଥାରେ ସାମିଲ ରହିବେ । ଲାଲକିଲ୍ଲାର ଆଖପାଖରେ ପ୍ରାୟ ୨୦୦ରୁ ଅଧିକ ଛାତ ଏବଂ ଝରକା ପାଖରେ ଖାକି ବର୍ଦି ଏବଂ ହତିଆର ସହିତ ଯବାନ ମାନଙ୍କୁ ମୁତୟନ କରାଯିବାର ବାବସ୍ଥା କରାଯାଇଛି ।