ଅସ୍ତରଙ୍ଗ ଉପକୂଳର ସୁନ୍ଦର ଦୃଶ୍ୟ  ! ସମୁଦ୍ର ଓ ନଦୀର ସଂଗମସ୍ଥଳରେ ବିରଳ ବାଲି କଙ୍କଡା

46

କନକ ବ୍ୟୁରୋ : ବାଲି କଙ୍କଡା ଦେଖିବା ପାଇଁ ସମୁଦ୍ର ଓ ନଦୀ ସଂଗମ ସ୍ଥଳରେ ଲୋକଙ୍କ ଭିଡ । କୁନି ଶରୀରକୁ ବଡ ଗୋଡରେ ବାଲି ଉପରେ ସୁନ୍ଦର ଦିଶୁଥିବା କଙ୍କଡାଙ୍କୁ ଦେଖିଲେ ଯେ କେହି ବି ଟିକେ ଅଟଳି ଯିବେ । ଯାହା ନଜର ଆସିଛି  ଅସ୍ତରଙ୍ଗ ଉପକୂଳରେ ।

ଉପକୂଳର ଶୋଭା ବଢାଉଛନ୍ତି ବିଚିତ୍ର ବାଲି କଙ୍କଡା । ସମୁଦ୍ର ବାଲିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛନ୍ତି ଏମାନେ । ଟିକିଏ ନଜର ପକାନ୍ତୁ ଏହି କଙ୍କଡାମାନଙ୍କ ଉପରେ  । ଦେହ ତୁଳନାରେ କଙ୍କଡାର ଗୋଟିଏ ଗୋଡ ବଡ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳରେ ଏଭଳି ସୁନ୍ଦର କଙ୍କଡା ନଜର ଆସିଛନ୍ତି । ମୁଖ୍ୟତଃ ସମୁଦ୍ର ଓ ନଦୀର ସଂଗମସ୍ଥଳରେ ଏମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗୁଛି ।

ତେବେ ଏହି ପ୍ରଜାତିର ବାଲି କଙ୍କଡା ବିଶ୍ୱର ବିଭିନ୍ନ ସ୍ଥାନରେ ଦେଖାଯାଇଥାନ୍ତି । ଏମାନେ ମୁଖ୍ୟତଃ ମାଟି ମିଶା ବାଲିରେ ଗାତ କରି ରହିଥାନ୍ତି । ଏମାନଙ୍କର ଏହି ବଡ ଗୋଡ ସାହାଯ୍ୟରେ ନିଜକୁ ବାହ୍ୟ ଶତ୍ରୁ କବଳରୁ ରଖି କରିବା ସହ ଖାଦ୍ୟ ସଂଗ୍ରହ କରିଥାନ୍ତି ।