କେରଳରେ ବନ୍ୟାର କରାଳ ରୂପ ! ଜାରି ହେଲା ରେଡ୍ ଆଲର୍ଟ ।

32

ପ୍ରବଳ ବର୍ଷା ପରେ କେରଳରେ ଭୟଙ୍କର ସ୍ଥିତି ଆଣିଛି ବନ୍ୟା । କେରଳରେ ବନ୍ୟା ସ୍ଥିତି ସଂଗୀନ ହେବାରେ ଲାଗିଛି । ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୨୬ ଜଣଙ୍କ ଜୀବନ ଯାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସେପଟେ ଏହି ବନ୍ୟାରେ ୪ ଜଣ ବ୍ୟକ୍ତି ନିଖୋଜ ଥିବା ଜଣାପଡିଛି । ସେପଟେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । କେରଳରେ ବର୍ଷା ଯୋଗୁ ହଜାର ହଜାର ପରିବାର ଜଳବନ୍ଦୀ ଅବସ୍ଥାରେ ରହିଥିବାବେଳେ ରେଳସେବା ପ୍ରଭାବିତ ହୋଇଛି । ଏହାସହ କୋଚି ବିମାନବନ୍ଦରକୁ ମଧ୍ୟ ବନ୍ଦ ରଖାଯାଇଛି । ଅନେକ ସ୍ଥାନରେ ରେଡ ଆଲର୍ଟ ଜାରି କରାଯାଇଛି ।

କେରଳରେ ଉଦ୍ଧାରକାର୍ଯ୍ୟକୁ ଜୋରଦାର କରାଯାଇଥିବା ବେଳେ ସେନା ଓ ଏନଡିଆରଏଫକୁ ମୁତୟନ କରାଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଏନଡିଆରଏଫର ୬ଟି ଦଳକୁ ମୁତୟନ କରାଯାଇଛି । ସେପଟେ ଲଗାଣ ବର୍ଷା ଯୋଗୁ ଭାଲାପଟ୍ଟନମ୍ ଓ କୂପମ୍ ନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ଅଲାପୁଝା, କନ୍ନୁର ଆଦି ଅଂଚଳରେ ସଙ୍ଗିନ୍ ହୋଇଛି ବନ୍ୟା ପରିସ୍ଥିତି । ନଦୀର ଜଳସ୍ତର ବଢ଼ୁଥିବାରୁ ୨୪ଟି ଡ୍ୟାମର ଗେଟ୍ ଖୋଲାଯାଇଛି । ଏପଟେ ଡ୍ୟାମରୁ ଜଳ ଛଡ଼ାଯାଉଥିବାରୁ ବନ୍ୟା ପରିସ୍ଥିତି ଆହୁରି ସଂଗୀନ ହେବାର ଆଶଙ୍କା ରହିଛି । ମୁଖ୍ୟମନ୍ତ୍ରୀ ପିନରି ବିଜୟନ ଜରୁରୀ କାଳୀନ ବୈଠକ ଡକାଇ ପ୍ରଶାସନକୁ ସଜାଗ ରହିବା ସହ ସ୍କୁଲ କଲେଜକୁ ବନ୍ଦ ରଖାଯାଇଛି ।