ଚାକିରି ପାଇଁ ଭାରତୀୟ ରେଳବାଇ ପ୍ରକାଶ କଲା ବିଜ୍ଞପ୍ତି ! ଜାଣନ୍ତୁ କଣ ରହିଛି ଯୋଗ୍ୟତା, ଏବଂ କେମିତି କରିବେ ଆବେଦନ ।

42

ସେଣ୍ଟ୍ରାଲ ରେଲୱେରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ଭର୍ତ୍ତିରେ ଅପ୍ରେଣ୍ଟିସ୍ ପଦ ପାଇଁ ଆଶାୟୀମାନଙ୍କ ଚୟନ କରାଯିବ । ଏହି ଚୟନ ପ୍ରକ୍ରିୟା ଅପ୍ରେଣ୍ଟିସ୍ ଆକ୍ଟ ୧୯୬୧ ଆଧାରରେ କରାଯିବ । ଯଦି ଆପଣ ଏହି ପଦ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଯୋଗ୍ୟ ଅଟନ୍ତି ତେବେ ଆପଣ ଅନ୍ତିମ ତାରିଖ ପୂର୍ବରୁ ଏଥି ପାଇଁ ଆବେଦନ କରିପାରିବେ ।

ପଦର ବିବରଣୀ – ଏହି ଭର୍ତ୍ତି ଆଧାରରେ ୨୫୭୩ ଆଶାୟୀମାନଙ୍କ ଚୟନ କରାଯିବ, ଯେଉଁମାନଙ୍କ ନିଯୁକ୍ତି ଅଲଗା ଅଲଗା କ୍ଲଷ୍ଟର ପାଇଁ କରାଯିବ । ଯେଉଁଥିରେ ମୁମ୍ବାଇ, ଭୁସାବଲ, ପୁଣେ, ନାଗପୁର, ସୋଲାପୁର ଆଦି ସ୍ଥାନ ସାମିଲ ରହିଛି । ଏହା ସହ ପ୍ରତିଟି କ୍ଲଷ୍ଟର ପାଇଁ ଅଲଗା ଅଲଗା ପୋଷ୍ଟ ପାଇଁ ପଦ ସଂରକ୍ଷିତ ଅଟେ ।

ଆବେଦନର ଅନ୍ତିମ ତାରିଖ – ୨୫ ଜୁଲାଇ ୨୦୧୮

ଯୋଗ୍ୟତା – ଆବେଦନ କରିବା ପାଇଁ ଇଚ୍ଛୁକ ଆଶାୟୀମାନେ ଯେକୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ୫୦ ପ୍ରତିଶତ ନମ୍ବର ସହ ଦଶମ ଶ୍ରେଣୀ ପାସ କରିଥିବା ଆବଶ୍ୟକ । ଏହା ସହ ଆଶାୟୀମାନଙ୍କ ପାଖରେ ନ୍ୟାସନାଲ ଟ୍ରେଣ୍ଡ ସାର୍ଟିଫିକେଟ ରହିବା ମଧ୍ୟ ଆବଶ୍ୟକ ।

ବୟସସୀମା – ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ଆଶାୟୀମାନଙ୍କ ବୟସ ୨୪ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ । ଏହା ସହ ସଂରକ୍ଷିତ ପଦ ପାଇଁ କୌଣସି ବୟସସୀମା ଧାର୍ଯ୍ୟ କରାଯାଇ ନାହିଁ ।

ଚୟନପ୍ରକ୍ରିୟା – ଆଶାୟୀମାନଙ୍କର ଚୟନ ମେରିଟ ଲିଷ୍ଟ ଆଧାରରେ କରାଯିବ ।

ଆବେଦନ ପ୍ରକ୍ରିୟା – ଆବେଦନ କରିବା ପାଇଁ ଚାହୁଁଥିବା ଇଚ୍ଛୁକ ପ୍ରାଥୀମାନେ ରେଳବାଇର ଅଫିସିଆଲ ୱେବସାଇଟରେ ଆବେଦନ କରିପାରିବେ ।

ଆବେଦନ ଶୁଳ୍କ – ଆବେଦନ କରିବା ପାଇଁ ସାଧାରଣ ବର୍ଗ ପ୍ରାଥୀ ମାନଙ୍କ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଏସସି, ଏସଟି ଏବଂ ଦିବ୍ୟାଙ୍ଗ ପ୍ରାଥୀ ମାନଙ୍କୁ କୌଣସି ପ୍ରକାର ଶୁଳ୍କ ଦେବା ପାଇଁ ପଡିବ ନାହିଁ ।