ଭାରତୀୟ ଡାକ ବିଭାଗରେ ନିଯୁକ୍ତି ଘୋଷଣା : ଷ୍ଟାଫ୍ କାର୍ ଡ୍ରାଇଭର ପୋଷ୍ଟରେ ଯୋଗ୍ୟତା ମାଟ୍ରିକ୍ ପାସ୍ , ଆପଣ ଚାହିଁଲେ ଆବେଦନ କରିପାରିବେ

35

ଭାରତୀୟ ଡାକ ବିଭାଗରେ ନିଯୁକ୍ତି ଘୋଷଣା ହୋଇଛି । ପଦ ହେଉଛି ଷ୍ଟାଫ୍ କାର୍ ଡ୍ରାଇଭର । ଏଥିପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି । ଆପଣ ଯଦି ଡାକ ବିଭାଗରେ ଚାକିରୀ ଚାହୁଁଛନ୍ତି , ଶୀଘ୍ର ଆବେଦନ ପତ୍ର ଦାଖଲ କରନ୍ତୁ । ଏହି ପଦ ପାଇଁ ଯୋଗ୍ୟତା ରହିଛି ୧୦ ମ ପାସ୍ ।

ପଦ ସଂଖ୍ୟା –୧୬ଟି

ପଦର ନାମ : ଷ୍ଟାଫ୍ କାର୍ ଡ୍ରାଇଭର ଗ୍ରେଡ-ସି

ଶିକ୍ଷାଗତ ଯୋଗ୍ୟତା : ୧୦ମ ପାସ୍ । ହାଲକା ଓ ଭାରି ଗାଡି ଚାଳନାର ବୈଧ ଡ୍ରାଇଭିଂ ଲାଇସେନ୍ସ ସହ ୩ ବର୍ଷର ଅଭିଜ୍ଞତା ଓ ଗାଡିର ମେକାନିଜିମ୍ ଉପରେ ଜ୍ଞାନ ଥିବା ଦରକାର ।

ବୟସ ସୀମା: ୧୮ରୁ ୨୭ ବର୍ଷ

ୱେବସାଇଟ୍ : www.indiapost.gov.in

ଏମିତି କରନ୍ତୁ ଆବେଦନ : ଆବେଦନକାରୀ ନିର୍ଦ୍ଧାରିତ ଆବେଦନ ପତ୍ରକୁ ଡାଉନଲୋଡ କରି ଏହାକୁ ଭରନ୍ତୁ । ଏବଂ ଆବଶ୍ୟକୀୟ ପ୍ରମାଣପତ୍ରକୁ ସଂଲଗ୍ନ କରି ‘ଦ ସିନିୟର ମ୍ୟାନେଜର, ମେଲ୍ ମୋଟର ସର୍ଭିସେସ୍, ୧୩୪-ଏ, ଏସ୍.କେ ଅହିର ମାର୍ଗ, ୱର୍ଲି, ମୁମ୍ବାଇ-୪୦୦୦୧୮’ ଠିକଣାରେ ପଠାନ୍ତୁ ।

ଶେଷ ତାରିଖ : ୨୨ ଜାନୁୟାରୀ, ୨୦୧୮

ଆବେଦନ ଶୁଳ୍କ : ଏହି ପଦରେ ସବୁ ବର୍ଗର ପ୍ରାର୍ଥୀ ନିଃଶୁଳ୍କ ଆବେଦନ କରିପାରିବେ ।

( ସୌଜନ୍ୟ- ଅମର ଉଜାଲା)