ଭାରତୀୟ ନୌସେନା ଆଣିଲା ନିଯୁକ୍ତି ସୁଯୋଗ ! ଅନେକ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କିଭଳି କରିବେ ଆବେଦନ ।

34

ଭାରତୀୟ ନୌସେନା ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଭର୍ତ୍ତିରେ ମୋଟ ୨୨ଟି ପଦ ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କର ଚୟନ କରାଯିବ । ଯେଉଁଥିରେ ପାଇଲଟ୍, ଏଟିସି, ପର୍ଯ୍ୟବେକ୍ଷକ, ଏମଟିଏସ ଏବଂ ଇଞ୍ଜିନିୟର ପଦ ସାମିଲ ରହିଛି । ଯଦି ଆପଣ ମଧ୍ୟ ଏହି ଭର୍ତ୍ତିରେ ଆବେଦନ କରିବା ପାଇଁ ଚାହୁଁଛନ୍ତି ଏବଂ ଏହି ପଦ ପାଇଁ ଆପଣ ଯୋଗ୍ୟ ବିବେଚିତ ଅଟନ୍ତି ତେବେ ଆବେଦନ କରିବାର ଅନ୍ତିମ ତାରିଖ ପୂର୍ବରୁ ଏଥିପାଇଁ ଆପଣ ଆବେଦନ କରିପାରିବେ । ତେବେ ଆବେଦନ ପାଇଁ ସମସ୍ତ ସୂଚନା ସମ୍ବନ୍ଧରେ ଜାଣିନିଅନ୍ତୁ ।

ପଦର ବିବରଣୀ : ଏହି ଭର୍ତ୍ତିରେ ଏଟିସିର ୮ଟି ପଦ, ପର୍ଯ୍ୟବେକ୍ଷକ ପାଇଁ ୬ଟି ପଦ, ପାଇଲଟ ପାଇଁ ୮ଟି ପଦ ସାମିଲ ରହିଛି । ଏହି ଆଶାୟୀମାନଙ୍କର ପି-ସ୍କେଲ ସେମାନଙ୍କ ଗ୍ରେଡ ଆଧାରରେ ନିର୍ଣ୍ଣୟ କରାଯିବ ।

ଯୋଗ୍ୟତା : ଏହି ପଦ ପାଇଁ ୧୯୯୪ ମସିହା ଜୁଲାଇ ୨ ତାରିଖରୁ ୨୦୦୦ ମସିହା ଭିତରେ ଜନ୍ମ ହୋଇଥିବା ଆଶାୟୀମାନେ ହିଁ ଆବେଦନ କରିପାରିବେ । ଏହା ସହ ଅନେକ ପଦରେ ଶାରୀରିକ ଯୋଗ୍ୟତାର ମଧ୍ୟ ଧ୍ୟାନ ରଖାଯିବ । ଯେଉଁଥିରେ ଆପଣଙ୍କ ଉଚ୍ଚତାକୁ ପରୀକ୍ଷାମୂଳକ ଭାବରେ ଦେଖାଯିବ ।

ଆବେଦନ ଶୁଳ୍କ : ଏହି ପଦଗୁଡିକ ପାଇଁ ଆବେଦନ କରିବାକୁ ହେଲେ ଆଶାୟୀମାନଙ୍କୁ କୌଣସି ଶୁଳ୍କ ଦେବା ପାଇଁ ପଡିବ ନାହିଁ ।

ଆବେଦନ ତାରିଖ : ୨୫ ଅଗଷ୍ଟ ୨୦୧୮

ଆବେଦନର ଅନ୍ତିମ ତାରିଖ : ୧୪ ସେପ୍ଟେମ୍ବର ୨୦୧୮

ଚୟନ ପ୍ରକ୍ରିୟା : ଆଶାୟୀମାନଙ୍କର ଚୟନ ଲିଖିତ ଏବଂ ଫିଜିକାଲ ଟେଷ୍ଟ ଆଧାରରେ କରାଯିବ ।