ରେକର୍ଡ ଭାଙ୍ଗିଲା ‘ସୁଲତାନ୍’ : ପ୍ରଥମ ଦିନରେ ପ୍ରାୟ ୪୦ କୋଟି ଟଙ୍କାର କଲେକସନ୍

43

anushkasharma-sultanରେକର୍ଡ ଭାଙ୍ଗିଲା ସଲମାନଙ୍କ ସୁଲତାନ । ଫିଲ୍ମକୁ ମିଳିଛି ଧମାକେଦାର ଓପନିଙ୍ଗ । ରିଲିଜର ପ୍ରଥମ ଦିନରେ ୪୦ କୋଟିର ବକ୍ସ ଅଫିସ କଲେକ୍ସନ କରବାରେ ସଫଳ ହୋଇଛି ଫିଲ୍ମ ସୁଲତାନ । ଦେଶର ଅଧିକାଂଶ ହଲରେ ଲାଗିଛି ହାଉସ ଫୁଲର ବୋର୍ଡ । ଆଉ ସପ୍ତାହ ଆଗରୁ ସରିଥିଲା ଟିକେଟ୍ ବୁକିଂ । ତେବେ ଫିଲ୍ମ ଦେଖିବା ପରେ ସୁଲତାନକୁ ଥମ୍ବସ ଅପ୍ ଦେଇଛନ୍ତି ଦର୍ଶକ । ଏଥିସହ ଭାଇଜାନ୍ ଭାଙ୍ଗିଛନ୍ତି ନିଜର ରେକର୍ଡ । ପୂର୍ବ ଫିଲ୍ମ ଏକ ଥା ଟାଇଗରର ରେକର୍ଡ ଭାଂଗିଛି ସୁଲତାନ୍ ।

ଏହା ସହ ସୁଲତାନର କାହାଣୀ, ଗୀତ ଓ କଳାକାରଙ୍କ ଅଭିନୟ ଦର୍ଶକଙ୍କ ମନ ଛୁଇଁବାରେ ବିଶେଷ ସଫଳ ହୋଇଛି । ପ୍ରଥମ ଥର ପାଇଁ ଦବଙ୍ଗ ଷ୍ଟାର ସଲମାନ ଜଣେ ରେସଲରର ଅଭିନୟ କରିଛନ୍ତି । ଅନ୍ୟପଟେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ପ୍ରଥମ ଥର ପାଇଁ ସିଲଭରସ୍କ୍ରିନ ସେୟାର କରିଛନ୍ତି ସଲମାନ । ବଳିଷ୍ଠ କାହାଣୀ ଓ ନୂଆ ଯୋଡିଙ୍କ ଅଭିନୟ, ଦର୍ଶକଙ୍କ ସବୁପ୍ରକାର ମନୋରଞ୍ଜନର ଖୋରାକ ଯୋଗାଇଛି । ଫଳରେ ଇଦ ମୌକାରେ ସୁଲତାନକୁ ମିଳିଛି ଅଧିକ ମାଇଲେଜ ।

ସେପଟେ ଫିଲ୍ମ ସମୀକ୍ଷକଙ୍କ ମତରେ, ଚଳିତ ବର୍ଷର ୬ଟି ରେକର୍ଡଙ୍କ ଅତି ସହଜରେ ଭାଙ୍ଗିବ ଏହି ଫିଲ୍ମ । ପୂର୍ବରୁ ଓପନିଙ୍ଗ ଡେ କଲେକ୍ସନରେ ପ୍ରଥମ ସ୍ଥାନ ସୁରକ୍ଷିତ ରଖିଛି ଶାହାରୁଖଙ୍କ ଅଭିନିତ ଫିଲ୍ମ ଫ୍ୟାନ, ୨ୟ ସ୍ଥାନରେ ଥିଲା ଚେନ୍ନାଇ ଏକ୍ସପ୍ରେସ, ୩ୟରେ ବଜରଙ୍ଗୀ ଭାଇଜାନ ଓ ୪ର୍ଥ ସ୍ଥାନରେ ରହିଛି କିକ୍ । ଭାଗ ମିଲଖା ଭାଗ ଓ ମ୍ୟାରିକମ ଯଥାକ୍ରମେ ୫ମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି ।