ଜଳାଇଲା ଜୁନ୍ : ୧୦୦ ବର୍ଷର ରେକର୍ଡ ଭାଙ୍ଗିଲା ଜୁନ ମାସର ଗ୍ରୀଷ୍ମ ଲହରୀ

167

କନକ ବ୍ୟୁରୋ : ରେକର୍ଡ ଭାଙ୍ଗିଲା ଚଳିତ ବର୍ଷର ଜୁନ୍ ମାସର ଶୁଖିଲା ପାଗ । ଗତ ଶହେ ବର୍ଷ ଭିତରେ ଜୁନ୍ ମାସରେ ସବୁଠାରୁ କମ୍ ବର୍ଷା ହୋଇଥିବା ୫ବର୍ଷ ଭିତରୁ ଚଳିତ ବର୍ଷ ଅନ୍ୟତମ । ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜୁନ ମାସରେ ସ୍ୱାଭାବିକ ବର୍ଷାଠାରୁ ୩୫ ପ୍ରତିଶତ କମ୍ ବର୍ଷା ହୋଇଛି । ଜୁନ୍ ମାସ ଶେଷ ହେବାକୁ ମାତ୍ର ଗୋଟିଏ ଦିନ ଥିବାବେଳେ ସାରାଦେଶରେ ମାତ୍ର ୯୭.୭ ମିଲିମିଟର ବର୍ଷା ହୋଇଛି । ତେବେ ସ୍ୱାଭାବିକ ଭାବେ ଏହି ସମୟରେ ୧୫୧ ଦଶମିକ ୧ପ୍ରତିଶତ ବର୍ଷା ହେବା କଥା । ୧୯୨୦ ରୁ ୨୦୧୯ ପର୍ଯ୍ୟନ୍ତ ଶହେ ବର୍ଷ ମଧ୍ୟରେ ୨୦୦୯ରେ ସର୍ବନିମ୍ନ ୮୫ଦଶମିକ ୭ମିଲିମିଟର , ୨୦୧୪ରେ ୯୫ଦଶମିକ୪ ମିଲିମିଟର ୧୯୨୬ରେ ୯୮ ଦଶମିକ ସାତ ମିଲିମିଟର ଓ ୧୯୨୩ରେ ୧୦୨ ମିଲିମିଟର ବର୍ଷା ହୋଇଥିଲା ।

ଏଲନିନୋ ପ୍ରଭାବ ଯୋଗୁଁ ମୌସୁମୀ ଦୁର୍ବଳ ହେବା ଯୋଗୁଁ ୨୦୦୯ ଓ ୨୦୧୪ରେ ମୌସୁମୀ ଦୁର୍ବଳ ହୋଇଥିଲା । ଓ ବର୍ଷା ସ୍ୱାଭାବିକ ହୋଇନଥିଲା । ଠିକ୍ ସେହିଭଳି ଚଳିତ ବର୍ଷ ମଧ୍ୟ ଏଲନିନୋ ପ୍ରଭାବରେ ମୌସୁମୀ ଆସିଥିଲେ ମଧ୍ୟ ଦୁର୍ବଳ ରହିଛି ଓ ସ୍ୱାଭାବିକ ବର୍ଷା ହୋଇନାହିଁ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ତେବେ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆଜି ଓ କାଲି ଭିତରେ ଦେଶର ବିଭିନ୍ନ ପ୍ରାନ୍ତରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ବୈଜ୍ଞାନିକ କହିଛନ୍ତି ।

ସେପଟେ ୟୁରୋପରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ । ଅତ୍ୟଧିକ ଗରମ ଯୋଗୁଁ ବହୁ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ୟୁରୋପରେ ଗ୍ରୀଷ୍ମପ୍ରବାହ ହେତୁ ଫ୍ରାନ୍ସାର ସ୍ଥିତି ଅସମ୍ଭାଳ ହୋଇପଡିଛି । ଫ୍ରାନ୍ସରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି । ଗ୍ରୀଷ୍ମ ପ୍ରବାହରୁ ତ୍ରାହି ପାଇଁ ପଫ୍ରାନ୍ସରେ ୱାଟର ଫଲରେ ସମୟ ବିତାଉଛନ୍ତି ଲୋକେ । ପାରଦ ଲଗାତର ବଢି ଚାଲିଛି । ଫଳରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି । ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନ ଜାରି ହୋଇଛି । ସ୍ପେନ, ଇଟାଲୀ ଏବଂ ମଧ୍ୟ ୟୁରୋପର କିଛି ଅଂଶରେ ଗ୍ରୀଷ୍ମ ଲହରୀ ପ୍ରବାହିତ ହେଉଛି । ସ୍ପେନରେ ଗ୍ରୀଷ୍ମ ପ୍ରବାହ ହେତୁ ୨ ଜଣଙ୍କ ମୃତ୍ୟୁ ହୋଇଛି ।