ମହିଳାଙ୍କ ଜାଣିବା କଥା ! ସୌନ୍ଦଯ୍ୟ ବଢାଇବା ସହ ନକରାତ୍ମକ ଶକ୍ତିରୁ ରକ୍ଷା କରେ ବିନ୍ଦି

98

କୌଣସି ମହିଳାର ସୁନ୍ଦରତା ସେତେବେଳ ସମ୍ପୁର୍ଣ୍ଣ ହୁଏ ଯେତେବେଳ ସେ ସଜବାଜ ହୋଇ ମଥାରେ ଗୋଟିଏ ବିନ୍ଦି ଲଗାଏ । ଶାସ୍ତ୍ର ଅନୁସାରେ ସୁନ୍ଦରତା ବଢାଇବା ସହ ବିନ୍ଦି ଲଗାଇବାର ଅନ୍ୟ ଲାଭ ମଧ୍ୟ ରହିଛି । କେବଳ ମହିଳାଙ୍କ ସୌନ୍ଦଯ୍ୟ ବୃଦ୍ଧି ନୁହଁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବିନ୍ଦି ଲଗାଇବା ବହୁତ ଜରୁରୀ । ଆସନ୍ତୁ ଜାଣିବା ବିନ୍ଦି ଲଗାଇବା ଦ୍ୱାରା କ’ଣ କ’ଣ ଉପକାର ମିଳେ ?

ଏକାଗ୍ରତାର ସଙ୍କେତ…
ଘରର ଗୁରୁଦାୟିତ୍ୱ ଥାଏ ମହିଳାଙ୍କ ଉପରେ । ତେଣୁ ମହିଳା ମାନେ ଏକାବେଳେ ଅନେକ କଥା ଚିନ୍ତା କରିଥାଆନ୍ତି । ତାଙ୍କ ମନକୁ ନିୟନ୍ତ୍ରିତ କରିବା ପାଇଁ ତଥା ମନକୁ ସ୍ଥିର କରିବା ପାଇଁ ବିନ୍ଦି ବହୁତ ପ୍ରଭାବ ପକାଇଥାଏ । ବିନ୍ଦି ଲଗାଇବା ଦ୍ୱାରା ମନ ଶାନ୍ତହେବା ସହ ଏକାଗ୍ରତା ବଢିଥାଏ ।

ଆକ୍ୟୁପ୍ରେସର ତା ଆୟୁର୍ବେଦିକ ଫାଇଦା…
ବିନ୍ଦି ଲଗାଇବା ଆଜିର ନୁହଁ ପ୍ରାଚୀନ କାଳର ଏକ ପରମ୍ପରା । ଏହା କେବଳ ଯେ ଭାରତ ବର୍ଷ ତା’ ନୁହଁ ପୁରା ବିଶ୍ୱରେ ମହିଳାମାନେ ବିନ୍ଦି ପିନ୍ଧିବା ପାଇଁ ପସନ୍ଦ କରନ୍ତି । ଆକ୍ୟୁପ୍ରେସରର ବିଧି ଅନୁସାରେ ବିନ୍ଦି ଲଗାଇବା ସ୍ଥାନରେ ଦବାଇ ରଖିଲେ ମୁଣ୍ଡବ୍ୟଥାର ରୋଗରୁ ଉପଶମ ମିଳିଥାଏ । ବିନ୍ଦି ଲଗାଇବା ଦ୍ୱାରା ଶିରା ପ୍ରଶିରା ଓ ରକ୍ତ କୋଶିକା ଜଗୁଡିକ ସକ୍ରିୟ ହୋଇଥାଏ ।

ମାନସିକ ବିଷାଦରୁ ରକ୍ଷା ମିଳେ….
ବିିନ୍ଦି ଲଗାଇବାର ଉଚିତ ସ୍ଥାନ ହେଲା ଭ୍ରୁଲଥା ଦ୍ୱୟର ମଝିଭାଗ, ଯାହା ଆୟୁର୍ବେଦରେ ଶରୀରର ସବୁଠାରୁ ମହତ୍ୱତକ୍ୱପୂର୍ଣ୍ଣ ଚକ୍ର-ଯାହାର ନାମ ଆଜ୍ଞାଚକ୍ର । ଆୟୁର୍ବେଦ ଅନୁସାରେ ଏହି ଚକ୍ରକୁ ହାଲୁକା ଭାବେ ଦବାଇବା ଦ୍ୱାରା ମାନସିକ ଶାନ୍ତି ମିଳିବାରେ ସୟାହକ ହୋଇଥାଏ ।