ଶୌଚାଳୟରେ ବିବାହ କଲେ ଦଂପତିି ! ଅଭିନବ ବିବାହକୁ ନେଇ ଚର୍ଚ୍ଚା

36

ବିବାହ ସମସ୍ତଙ୍କ ଜୀବନରେ ଏକ ସ୍ୱତନ୍ତ୍ର ଅନୁଭୂତି ଆଣିଦେଇଥାଏ । ଏହାକୁ ନେଇ ଅନେକ ଭିନ୍ନ ଭିନ୍ନ ସ୍ୱପ୍ନ ଦେଖିଥାନ୍ତି । ଆଉ ନିଜର ଏହି ଅପୂର୍ବ ଦିନକୁ ସ୍ମୃତିମୟ କରିବା ପାଇଁ ଆପଣେଇଥାନ୍ତି ଅଭିନବ ତରିକା । ଯାହା ବେଳେବେଳେ ଅନ୍ୟମାନଙ୍କ ପାଇଁ ଆଶ୍ଚର୍ଯ୍ୟକର ମନେହୋଇଥାଏ । କିଏ ବିବହା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବଡ ବଡ ରିସର୍ଟ ଓ ହୋଟେଲରେ ବିବହା କରୁଛନ୍ତି ଆଉ କିଏ ଅତି ସାଧାରଣ ଭାବେ ଘରେ ବିବାହ କରୁଛନ୍ତି । ହେଲେ ଏଠାରେ ଏମିତି ଏକ ବିବାହ ଖବର ସାମ୍ନାକୁ ଆସିଛି , ଯାହା ଜାଣିଲେ ଆପଣ ଚକିତ ହୋଇଯିବେ । ଅମର ଉଜାଲାରେ ପ୍ରକାଶିତ ଏଇ ଖବର ଏବେ ଖୁବ୍ ଭାଇରାଲ୍ ।

ମିଡିଆ ରିପୋର୍ଟ ଅନୁସାରେ, ଆମେରିକାର ଏକ ଦଂପତିି ଶୌଚାଳୟରେ କରିଛନ୍ତି ବିବାହ । ଏହାପରେ ଏହି ଖବର ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ମୁତାବକ , ଏହି ଦଂପତିି ଏହି ବର୍ଷ ବିବାହ କରିଛନ୍ତି । ଦୁହିଁଙ୍କ ନାଁ ବ୍ରାୟନ ଓ ମାରିଆ । ଯେଉଁଠି ବିବାହ କୌଣସି ରିସର୍ଟ ବା ବିବାହ ସ୍ଥଳୀରେ ହେବା ର ଥିଲା , ସେଠାରେ ଶୌଚାଳୟରେ ବିବାହ ସମସ୍ତଙ୍କୁ ଭିନ୍ନ ଅନୁଭୂତି ଦେଇଛି ।

ଆପଣ ଭାବୁଥିବେ ଏମାନେ ଏମିତି ପ୍ରକାରେ ବିବାହ କାହିଁକି କଲେ ? ପ୍ରକୃତ କଥା ଜାଣିଲେ ଆପଣ ସେମାନଙ୍କୁ ନେଇ ବହୁତ ତାରିଫ ଓ ଗର୍ବ କରିବେ । କାରଣ ବରର ମା’ ଙ୍କର ସ୍ୱାସ୍ଥ୍ୟକୁ ଦେଖି ଦୁହେଁ ଏହି ନିଷ୍ପତ୍ତି ନେଇଥିଲେ । ଯାହାଙ୍କୁ ଚାରିଆଡୁ ତାରିଫ ମିଳୁଛି । ଦୁହେଁ ବାଥରୁମରେ ଏଥିପାଇଁ ବିବହା କଲେ , କାରଣ ବରର ମା’ ଯେବେ ବାଥତୁମ୍ ଯା’ନ୍ତି ତ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଲା । ସ୍ୱାସ୍ଥ୍ୟ ଧିରେ ଧିରେ ଖରାପ ହେବାକୁ ଲାଗିଲା । ଏହି ସ୍ଥିତିରେ ସେମାନେ କୋର୍ଟ ଭିତରେ ତିଆରି ବାଥରୁମରେ ଅକ୍ସଜେନ ଦେବାର ନିଷ୍ପତ୍ତି ନିଆଗଲା । ନିଶ୍ୱାସ ନେବା ପାଇଁ ଅକ୍ସିଜେନ ସିଲିଣ୍ଡର ଅଣାଗଲା । ବରର ମା’ଙ୍କୁ ଅକ୍ସିଜେନ ଦେବା ଆରମ୍ଭ କରାଗଲା ।

ଏହାପରେ ମନମାଉଥ କାଉଂଟି କୋର୍ଟ ହାଉସରେ ରୋଗୀଣା ମା’ଙ୍କ ପାଇଁ ଅକ୍ସିଜେନର ବ୍ୟବସ୍ଥା କରାଗଲା । ତାପରେ ମା’ଙ୍କର ସ୍ୱାସ୍ଥ୍ୟ ଠିକ୍ ହେଲା । ଆଉ ସେହି ବାଥରୁମ ସଂପନ୍ନ ହେଲା ବିବାହ କାର୍ଯ୍ୟ । ଦଂପତ୍ତି ଦୁହେଁ ପାଇଲେ ନୂଆ ଅନୁଭୂତି ।