ଅଳ୍ପ ବୟସରେ ଯୁବକମାନେ କାହିଁକି ହେଉଛନ୍ତି ଚନ୍ଦାପଣର ଶିକାର ! ଆସନ୍ତୁ ଜାଣିବା ଏହାର କାରଣ

72

ମଣିଷର ସୌନ୍ଦର୍ଯ ତା’ର ଚେହେରା ଅପେକ୍ଷା କେଶରୁ ଅଧିକ ବାରି ହୋଇଯାଏ । କିନ୍ତୁ କ’ଣ ହେବ ଯଦି ଆପଣ ବୟସ ବଢିବା ପୂର୍ବରୁ ଚନ୍ଦା ହୋଇଯାଉଛନ୍ତି । ଆଜିକାଲି ଯୁବବସ୍ଥା ତଥା ମାତ୍ର ୨୦ ବର୍ଷ ବୟସରେ ମଧ୍ୟ ଯୁବକମାନେ ଚନ୍ଦା ହେବାର ଦେଖାଯାଉଛି । ଏଥିପାଇଁ ଅନେକ ଉପାୟ ଆପଣାଇଲେ ମଧ୍ୟ କିଛି ସୁଫଳ ମିଳୁନି । ବହୁତ ଯତ୍ନ ଓ ଅନେକ ପ୍ରଡକ୍ଟ ବ୍ୟବହାର ସତ୍ୱେ ଏହି ସମସ୍ୟାର କୌଣସି ସମାଧାନ ମିଳୁନି ।

୧. ବିନା କାରଣରେ କେଶ ଝଡିିବା ବଂଶଗତ ମଧ୍ୟ ହୋଇପାରେ । କିନ୍ତୁ ଏଥିରେ ମଧ୍ୟ ବଡ ସମସ୍ୟା ରହିଛି । ବିଷାଦ ଓ ଆପଣଙ୍କ ଖାଦ୍ୟଶୃଙ୍ଖଳ ମଧ୍ୟ ଏହାର କାରଣ ହୋଇପାରେ । କେବଳ ପୁରୁଷଙ୍କୁ ନୁହଁ ଏହା କମ ବୟସର ଝିଅଙ୍କ ଠାରେ ମଧ୍ୟ ଦେଖିବାକୁ ପାଇଁ ମିଳୁଛି ।

୨. ଆଜିକାଲି ସମସ୍ତ ଯୁବକଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ବିଷାଦର ଶିକାର । ବଷାଦ ମଧ୍ୟ ଚନ୍ଦାପଣର ଆଉ ଏଖ ମୁଖ୍ୟ କାରଣ ।

୩. ଆପଣଙ୍କ ଖାଦ୍ୟ ଶୃଙ୍ଖଳ ଯଦି ଠିକ ନୁହଁ, ତେବେ ଏହା ଆପଣଙ୍କ କେଶରେ ଉପରେ ଏତେ ପ୍ରଭାବ ପକାଇବ ଯେତେ ଶରୀର ଉପରେ ନୁହଁ । ଏଥିରୁ ରକ୍ଷା ପାଇବା ପାଇଁ ଖାଦ୍ୟରେ ପ୍ରୋଟିନ, ଭିଟାମିନ ଓ ମିନେରାଲ୍ସ ସାମିଲ କରନ୍ତୁ ।

୪. ଔଷଧ ତଥା ରୋଗ ପୁରୁଷଙ୍କ ହରମୋନକୁ ଗଡବଡ କରିଥାଏ । ଏଥିଯୋଗୁଁ ପୁରୁଷମାନଙ୍କର ଚନ୍ଦାପଣର ଆଉ ଏକ ମୁଖ୍ୟ କାଣ ହୋଇପାରେ ।

୫. କେଶକୁ ରକ୍ତ ଜରିଆରେ ଅକ୍ସିଜେନ ମିଳିଥାଏ । ଧୂମ୍ରପାନ କରିବା ଦ୍ୱାରା ରକ୍ତରେ ଅକ୍ସିଜେନର ମାତ୍ରା କମ ହୋଇଥାଏ । ଯୁବକଙ୍କ ଚନ୍ଦାପଣର ଏହା ମଧ୍ୟ ଆଉ ଏକ କାରଣ ହୋଇପାରେ । ଏହାସହ ଆପଣ ଯଦି ଠିକରେ ଶୋଉ ନାହାନ୍ତି, ତେବେ ମଧ୍ୟ ଏହା କେଶ ଉପରେ ବିଶେଷ ପ୍ରଭାବ ପକାଇଥାଏ ।