ମହଲାରୁ ମୋହ ଭଙ୍ଗ ! ଉପେନ୍ଦ୍ର ଯିବା ପରେ ଆରମ୍ଭ ହେଲା ଗୁଂଜରଣ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ପାୱାର୍ କରିଡରରେ ଗୁଂଜରଣ । ଉପେନ୍ଦ୍ର ବେହେରା ଓଇଆରସି ଅଧ୍ୟକ୍ଷ ନିଯୁକ୍ତ ହେବା ପରେ ତୃତୀୟ ମହଲା ପାଇଁ ପୁଣି ଆରମ୍ଭ ହୋଇଛି ରେସ୍ । କିଛି ବରିଷ୍ଠ ଆଇଏଏସ ଅଧିକାରୀଙ୍କ ନାଁ ଏନେଇ ଚର୍ଚ୍ଚାର ପରିସରକୁ ଆସିଛି । ତେବେ ନିଜ କାର୍ଯ୍ୟକାଳ ସରିବା ଆଗରୁ ଉପେନ୍ଦ୍ର କାହିଁକି ଏହି ପଦରୁ ବାହାରିବାକୁ ନିଷ୍ପତି ନେଲେ ଏବେ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା ।

ଭିତିରି ମହଲର ତଥ୍ୟ ଅନୁସାରେ, ଉପେନ୍ଦ୍ର ନିଜ ପଦକୁ ନେଇ ଖୁସି ନଥିଲେ । କାରଣ ଆଦିତ୍ୟ ପାଢୀ ଓ ପାଣ୍ଡିଆନଙ୍କ ଭିତରେ ନିଜକୁ ଖାପ ଖୁଆଇ ପାରୁନଥିଲେ ଉପେନ୍ଦ୍ର । ଫଳରେ ପଦରୁ ଓହରିବାକୁ ମନେମନେ ନିଷ୍ପତି ନେଇଥିଲେ ଆଉ ନିଜ ଆଡୁ ପଦ ଛାଡିବାକୁ ମନ ବଳାଇଥିଲେ ଉପେନ୍ଦ୍ର । କ୍ଷମତା ଅଳିନ୍ଦର କ୍ଷମତାଶାଳୀ ପଦବୀକୁ ନେଇ ସ୍ପେଶାଲ ରିପୋର୍ଟ ଦେଖନ୍ତୁ ଏହି ଭିଡିଓରେ :