ମାଛ ମଡକର ମିଳିଲା କାରଣ ! ଜେଟୀରୁ ବହୁଛି ବିଷାକ୍ତ ସାର ମିଶା ପାଣି

58

କନକ ବ୍ୟୁରୋ : ସାମ୍ନାକୁ ଆସିଲା ଗୋପାଳପୁର ମାଛ ମଡକ ପଛର ସତ । ବର୍ଷାରେ ଜେଟି ଗୋଦାମର ସାର ଧୋଇ ପାଣିରେ ମିଶିବାରୁ ଟନ୍ ଟନ୍ ମାଛ ଓ ସାମୁଦ୍ରିକ ଜୀବ ମରିଛନ୍ତି । ଘଟଣାର ୩ ଦିନ ପରେ ଅନୁଧ୍ୟାନ କରି ଏଭଳି ରିପୋର୍ଟ ଦେଇଛି ଜିଲ୍ଲା ମତ୍ସ୍ୟ ବିଭାଗ । ତେବେ ଏଠି ପ୍ରଶ୍ନ ଉଠୁଛି ମାଛ ମଡକ ପାଇଁ ଦାୟୀ କିଏ?

ତେବେ ଏଭଳି ଘଟଣା ପ୍ରଥମ ଥର ନୁହଁ । ଗତ ବର୍ଷ ବି ଠିକ୍ ଏଭଳି ସ୍ଥିତି ଦେଖାଦେଇଥିଲା । ତେବେ ପ୍ରଶ୍ନ ଉଠୁଛି ଏତେ ସଂଖ୍ୟାରେ ମାଛ ମଡକ ପାଇଁ ଦାୟୀ କିଏ? ବର୍ଷା ଦିନ ପୂର୍ବରୁ ଗୋଦାମ ଘରର ମରାମତି କାହିଁକି କରାଗଲାନି? ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ କଣ କରୁଛି ପ୍ରଶାସନ? ସମୁଦ୍ରର ପ୍ରଦୂଷଣ ନେଇ ବୋର୍ଡ କୌଣସି ପଦକ୍ଷେପ ନେଇଛନ୍ତି କି? କାହିଁକି ପାଳନ ହେଉନାହିଁ କୋଷ୍ଟାଲ ଜୋନ ରେଗୁଲେସନ?

ସେପଟେ ୩ ଦିନ ହେଲା ପାଣିରୁ ମଲା ମାଛ ଗୁଡିକୁ ସଫା କରାଯାଇନାହିଁ । ଫଳରେ ଦୁର୍ଗନ୍ଧରେ ଫାଟିପଡୁଛି ପରିବେଶ । ଜିଲ୍ଲା ପ୍ରଶାସନ କି ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କର ଏଥିପ୍ରତି ଦୃଷ୍ଟି ନାହିଁ ।