ସହାରୀ ଜୀବନରେ କାହିଁକି ବଢୁଛି ଲିଭ୍ ଇନ୍ ସଂପର୍କ ! ଜାଣନ୍ତୁ ଏହାର କାରଣ

41

ଆଜିକାଲି ବଡ ବଡ ସହରରେ ଏକ ସଂପର୍କ ଦୃତ ଗତିରେ ବଢି ଚାଲିଛି । ତାହା ହେଉଛି ଲିଭ୍ ଇନ୍ ରିଲେସନ୍ । ବିଭିନ୍ନ କାରଣକୁ ଆଖି ଆଗରେ ରଖି ସୁପ୍ରିମକୋର୍ଟ କହିଥିଲେ ଲୋକମାନେ ଏହି ସଂପର୍କକୁ ଗ୍ରହଣ କରିବା ଉଚିତ୍ । ତେବେ ଏମିତି କେଉଁ କାରଣ ରହିଛି ଯେଉଁଥି ପାଇଁ ଆଜିର ଯୁବପିଢୀ ଏହି ସଂପର୍କକୁ ଆପଣାଉଛି ।

• ଲିଭ୍ ଇନ ପାର୍ଟନରକୁ ନିଜ ସାଥୀର ଖର୍ଚ୍ଚ ଉଠାଇବାକୁ ପଡିନଥାଏ । ବଡ ଠାରୁ ଆରମ୍ଭ କରି ଛୋଟ ଛୋଟ ଖର୍ଚ୍ଚ ମଧ୍ୟ ଉଭୟଙ୍କ ମଧ୍ୟରେ ଅଧା ଅଧା ହୋଇଥାଏ । ଫଳରେ ଖର୍ଚ୍ଚର ପରିମାଣ କିଛି ମାତ୍ରାରେ କମିଥାଏ ।

• ଆଉ ଏକ ବଡ କାରଣ ହେଉଛି ଦାୟିତ୍ୱ । ଲିଭ୍ ଇନରେ ରହିଲେ କେହି କାହାର ଦାୟିତ୍ୱ ନେବା ପାଇଁ ବାଧ୍ୟ ନଥାଏ । କିନ୍ତୁ ବିବାହ ପରେ ଘର ଚଳାଇବା ପାଇଁ ସ୍ୱାମୀ ଉପରେ ଏକ ପ୍ରକାର ଦ୍ୱାୟିତ୍ୱ ଚାଲି ଆସିଥାଏ ।

• ସେହିପରି ନିଜ ସାଥୀ ସହ ୨୪ ଘଂଟା ରହିଲେ ଆପଣ ତା ବିଷୟରେ ସବୁକିଛି ଜାଣିପାରନ୍ତି । ଯଦି ବିବାହ ପରେ କୌଣସି ଦୁର୍ଗଣ ବିଷୟରେ ଜଣାପଡିଲେ ସଂପର୍କକୁ ଭାଙ୍ଗିବା ସହଜ ନୁହେଁ । କିନ୍ତୁ ଲିଭ ଇନରେ ରହୁଥିବା ଯୁବପୀଢୀଙ୍କୁ ସାଥୀ ପସନ୍ଦ ନହେଲେ ଖୁବ୍ ସହଜରେ ସଂପର୍କକୁ ଭାଙ୍ଗି ପାରିଥାନ୍ତି ।

• ଲିଭ୍ ଇନରେ ରହୁଥିବା ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ସାଧୀନତା ଥାଏ । ଏହି ସଂପର୍କରେ ଥାଇ ସାଥୀକୁ ନିଜ ଜୀବନଶୈଳୀ ନିଜ ହିସାବରେ ବଂଚିବାର ସ୍ୱାଧୀନତା ଥାଏ । କିନ୍ତୁ ବିବାହରେ ଏହା ହୋଇନଥାଏ ।

• ଜୀବନର ଏପରି ମୋଡରେ ବ୍ୟକ୍ତିକୁ ଲିଭ ଇନ ରୂପରେ ଏକ ସାଥୀ ମିଳିଯାଇଥାଏ । ଫଳରେ ନା ସେ ଏକା ରହିଥାଏ ନା ବିବାହର ନୀତି ନିୟମ ବନ୍ଧନରେ ବାନ୍ଧି ହୋଇଥାଏ । ତେଣୁ ସାଥୀରେ ରହି ମଧ୍ୟ ଅଲଗା ଅଲଗା ଜୀବନଶୈଳୀ ବଂଚିଥାନ୍ତି । ଯାହା ହେଉଛି ଏକ ମୁଖ୍ୟ କାରଣ ମେଟ୍ରୋ ଲାଇଫରେ ବଢୁଥିବା ଲିଭ୍ ଇନ୍ ସଂପର୍କର ।