ପୃଥିବୀରୁ ଡାଇନାସୋର ବିଲୁପ୍ତ ହୋଇଯିବା ପଛରେ କଣ ଥିଲା ପ୍ରକୃତ କାରଣ ! ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

108

ପୃଥିବୀ ପୃଷ୍ଠରେ ୬.୬ କୋଟି ବର୍ଷ ପୂର୍ବେ ଏକ ବିନାଶକାରୀ କ୍ଷୁଦ୍ରଗ୍ରହ ଖସିଥିଲା । ସେତେବେଳେ ଏଠାରେ ୭୫ ପ୍ରତିଶତ ଜୀବନ ସମେତ ଡାଇନାସୋର ସାମ୍ରାଜ୍ୟର ଅନ୍ତ ଘଟିଥିଲା । କିନ୍ତୁ ଏହି ଧକ୍କା ହେବା ଫଳରେ ଯେଉଁ ଗଭୀର ଗାତ ସୃଷ୍ଟି ହୋଇଥିଲା ସେଥିରେ ପୁଣି ୧୦ ବର୍ଷ ମଧ୍ୟରେ ପୁଣି ଜୀବନ ଫେରି ଆସିଥିଲା ବୈଜ୍ଞାନିକମାନେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଆମେରିକାର ଟେକ୍ସାସ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ୩୦୦୦୦ ବର୍ଷ ପୂର୍ବେ ଏକ ସୁନ୍ଦର ପୃଥିବୀ ଉନ୍ନତ ସ୍ଥଳ ଭାଗରେ ପରିଣତ ହୋଇଥିଲା ଯାହାକି ଅନ୍ୟ ସ୍ଥଳରେ ସାମାନ୍ୟ ସ୍ଥିତିରେ ହେଉଥିବା ଗତିରୁ ଅଧିକ ରହିଥିଲା ।

୨୩ କୋଟି ବର୍ଷ ପୂର୍ବରୁ ପୃଥିବା ପୃୃଷ୍ଠରେ ଡାଇନାସୋର ସାମ୍ରାଜ୍ୟ ବିସ୍ତାର ହେବାରେ ଲାଗିଥିଲା । କିନ୍ତୁ କେମିତି ଡାଇନାସୋର ବିଲୁପ୍ତ ହୋଇଗଲେ ଏନେଇ ଅନେକ କାରଣ କୁହାଯାଉଛି । ଏହା ସହ ଅନେକ କାଳ୍ପନିକ ସିନେମା ତଥା କାହାଣୀ ମଧ୍ୟ ପ୍ରଯୋଜନା ହୋଇସାରିଛି । କିନ୍ତୁ ଏମିତି କୌଣସି ସୂଚନା ନାହିଁ ଯେ, ଡାଇନାସୋର ମାନଙ୍କର ସୃଷ୍ଟି କିପରି ହୋଇଥିଲା । ଏକ ଅଧ୍ୟୟନରେ ଏହି ଘଟଣା ଉପରେ ଆଲୋକପାତ କରାଯିବା ନେଇ ଚେଷ୍ଟା କରାଯାଇଛି । ଏମିତି କୁହାଯାଉଛି ଯେ, ୬.୬ କୋଟି ବର୍ଷ ପୂର୍ବେ ଡାଇନାସୋର ପୃଥିବୀ ପୃଷ୍ଠରେ ଉଲକାପିଣ୍ଡ ପ୍ରଭାବ କାରଣରୁ ବିଲୁପ୍ତ ହୋଇଯାଇଥିଲେ । ତେବେ ଜଣାପଡିଛି ଯେ, ୨୩.୧ କୋଟି ବର୍ଷ ପୂର୍ବେ ଯେତେବେଳେ ଅଧିକ ମାତ୍ରାରେ ପୃଥିବୀ ପୃଷ୍ଠରୁ ଜୀବମାନେ ଲୋପ ପାଇଯାଉଥିଲେ ସେତେବେଳେ ଡାଇନାସୋର ମାନଙ୍କର ବିସ୍ତାର ହେବା ଆରମ୍ଭ ହୋଇଯାଇଥିଲା ।