୨୦୧୪ ନିର୍ବାଚନ ହାରିବା ପଛର କାରଣ ରାହୁଲ କହିବା ପରେ ସମର୍ଥନ କଲେ ରାଜ୍ୟ କଂଗ୍ରେସ ନେତା ! ନିରଂଜନ କହିଲେ ବରିଷ୍ଠ ଓ କନିଷ୍ଠ ମିଶିଲେ ଦଳର ଉନ୍ନତି ।   

24

କନକ ବ୍ୟୁରୋ : ୨୦୧୪ ନିର୍ବାଚନ ହାରିବା ପଛର କାରଣ ରାହୁଲ ଗାନ୍ଧି କହିବା ପରେ ଏହାକୁ ସମର୍ଥନ କରିଛନ୍ତି ରାଜ୍ୟ କଂଗ୍ରେସ ନେତା  । ପୂର୍ବରୁ ରାହୁଲ କହିଥିଲେ ୨୦୧୪ ନିର୍ବାଚନ ହାରିବା ପଛରେ କଂଗ୍ରେସ ଦଳର ଆଭ୍ୟନ୍ତରୀଣ କନ୍ଦଳ ଦାୟୀ  । ଲଣ୍ଡନ ଗସ୍ତରେ ଥିବା ରାହୁଲ ଛାତ୍ରମାନଙ୍କୁ ଉଦବୋଧନ ଦେଇ ଏହା କହିଥିଲେ  । ସେହି ସମୟରେ ବରିଷ୍ଠ ଓ କନିଷ୍ଠ ନେତାଙ୍କ ମଧ୍ୟରେ ଥିବା ବିଭେଦ ଦଳକୁ ସଂଗଠିତ କରିବା ବଦଳରେ ଭାଙ୍ଗି ଦେଇଥିଲା । ଫଳରେ ସାରା ଦେଶରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଥିଲେ  ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ଏହି କଥାକୁ ସମର୍ଥନ କରିଛନ୍ତି ରାଜ୍ୟ କଂଗ୍ରେସ ନେତା । ଏହି ପ୍ରସଙ୍ଗରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ବରିଷ୍ଠ ଓ କନିଷ୍ଠ ଏକାଠି ହେଲେ ହିଁ ଦଳର ଉନ୍ନତି ହୋଇପାରିବ । ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ନିରଂଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଦଳରେ ଗୋଷ୍ଠୀକନ୍ଦଳ କମିଛି  । ତେବେ ଦଳର ଆଭ୍ୟନ୍ତରୀଣ କନ୍ଦଳ ପାଇଁ ୨୦୧୪ରେ ନିର୍ବାଚନ ହାରିଥିବା କହିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଉ ତାଙ୍କର ଏହି ମନ୍ତବ୍ୟକୁ ସମର୍ଥନ କରିଛନ୍ତି ରାଜ୍ୟ କଂଗ୍ରେସ ନେତା ।