ଚିଲିକା ଡଙ୍ଗା ବୁଡି ଘଟଣା : କ୍ଷମତାଠାରୁ ଅଧିକ ଯାତ୍ରୀ ଥିବାରୁ ଘଟିଲା ଅଘଟଣ

31

କନକ ବ୍ୟୁରୋ : ଚିଲିକାରେ ଡଙ୍ଗା ବୁଡି ଘଟଣାରେ ଜଣେ ଶିଶୁ ସମେତ ୪ଜଣ ଯାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି କେତେ ୭ ଜଣ ନିଖୋଜ ଥିବା ପ୍ରାଥମିକ ସୂଚନା ମିଳିଛି । ଉଦ୍ଧାର କରାଯାଇଥିବା ଯାତ୍ରୀଙ୍କୁ ଛତ୍ରପୁର ଡାକ୍ତରଖାନାରେ ଭର୍ତି କରାଯାଇଛି । ଗୁରୁତର ୧୦ଜଣଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ମଧ୍ୟରେ ଜଣେ ୬ବର୍ଷର ଶିଶୁ ରହିଛି  । ତାର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

ତେବେ ଡଙ୍ଗାରେ ଗଂଜାମ ଜିଲ୍ଲାର ଶାବୁଳିଆ ଅଂଚଳର ୩୦ରୁ ଅଧିକ ଯାତ୍ରୀ ଥିଲେ । ବିବାହ ଭୋଜିକୁ ଟିଟିଲାଗଡରୁ ଆସିଥିବା ଏକ ପରିବାର ଘଂଟଶିଳାକୁ ବଣଭୋଜି କରିବା ପାଇଁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଉଦ୍ଧାର କରାର୍ଯ୍ୟରେ ଅଗ୍ନିଶମ ବାହିନୀ, ଓଡ଼୍ରାଫ ଟିମ୍ ଓ ସ୍ଥାନୀୟ ଲୋକ ନିୟୋଜିତ ହୋଇଥିଲେ । ଘଟଣାସ୍ଥଳରେ ଦକ୍ଷିଣାଂଚଳ ଡ଼ିଆଇଜି ଓ ଗଞ୍ଜାମ ଜିଲ୍ଲାପାଳ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିଲେ । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।

ତେବେ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏବଂ ଅନ୍ୟମାନଙ୍କ ଚିକିତ୍ସା ଚାଲିଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଡ଼ଙ୍ଗା ବୁଡ଼ି ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।