କାହିଁକି ଆଇଫା ଆୱାର୍ଡକୁ ବୟକଟ୍ କଲା ବଚ୍ଚନ ପରିବାର ! କଣ ସଲମାନ୍ ଏହାର କାରଣ ନା ଆଉ କିଛି . . . ପଢନ୍ତୁ ଏହି ରିପୋର୍ଟ

45

ଶେଷ ହୋଇଛି ବଲିଉଡର ସବୁଠାରୁ ବଡ ଏବଂ ଗ୍ଲାମରସ୍ ଇଭେଣ୍ଟ୍ ‘ଆଇଫା ଆୱାର୍ଡ । ଯେଉଁଥି ପାଇଁ ନ୍ୟୁୟର୍କରେ ପୁରା ବଲିଉଡ୍ । ସମସ୍ତ ଗଣମାଧ୍ୟମରେ ଏବେ ଚର୍ଚ୍ଚାର ବିଷୟ ଆଇଫା ଆୱାର୍ଡ ଏବଂ ଆୱାର୍ଡ ବିଜେତା । ଇଭେଣ୍ଟରେ ଛୋଟ ପରଦାରୁ ଆରମ୍ଭ କରି ବଡ ପରଦା ଯାଏଁ ସମସ୍ତ ତାରକାଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ ବଚ୍ଚନ ପରିବାରର ସମସ୍ତ ସଦସ୍ୟ ଏହି ଇଭେଣ୍ଟରେ ଗାୟବ ଥିଲେ । ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ କାହିଁକି ଆଇଫା ଆୱାର୍ଡରେ ବଚ୍ଚନ ପରିବାର ଦେଖାଯାଆନ୍ତି ନାହିଁ । ଏହାର ଉତ୍ତର ସଲମାନଙ୍କ ସହ ଜଡିତ ନୁହେଁ ତ ।

ଗୋଟିଏ ସମୟ ଥିଲା ମେଗାଷ୍ଟାର୍ ଅମିତାଭ୍ ବଚ୍ଚନ ଆଇଫା ଆୱାର୍ଡର ବ୍ରାଣ୍ଡ ଅମ୍ବାସାଡର୍ ଥିଲେ । କିନ୍ତୁ ୨୦୧୦ରେ ଅମିତାଭଙ୍କ ସହ ପୁରା ପରିବାର ଏହି ଇଭେଣ୍ଟକୁ ବୟକଟ୍ କରିଦେଇଥିଲା । ତେବେ ଏହାର କାରଣ ହେଉଛି , ୨୦୧୦ରେ ଅମିତାଭ୍ ଆଇଫା ପାଇଁ ପ୍ରମୋସନଲ୍ ଭିଡିଓ ସୁଟ୍ କରିଥିଲେ । ଯାହାକୁ ନେଇ ଏହି ଇଭେଣ୍ଟର ଆୟୋଜକ ବିଗ୍ ବିଙ୍କ ଖୁବ୍ ମଜାକ୍ ଉଡାଇଥିଲେ । ଫଳରେ ଆୟୋଜକଙ୍କ ଏପରି ବ୍ୟବହାର ପରେ ବଚ୍ଚନ ପରିବାର ନିଷ୍ପତି ନେଲେ କେବେ ବି ଆଇଫାରେ ସାମିଲ୍ ହେବେ ନାହିଁ ।

କିନ୍ତୁ ଅନ୍ୟ ଏକ ଖବର ଅନୁଯାୟୀ, ବୋହୂ ଐଶ୍ୱର୍ଯ୍ୟାଙ୍କ ପୂର୍ବତନ ପ୍ରେମିକ ସଲମାନଙ୍କ ପାଇଁ ବଚ୍ଚନ ପରିବାର ଆଇଫା ଆୱାର୍ଡରେ ସାମିଲ୍ ନହେବା ପାଇଁ ନିଷ୍ପତି ନେଇଛନ୍ତି । କାରଣ ସଲମାନ୍ ଏହି ସୋ’କୁ ହୋଷ୍ଟ କରନ୍ତି ।
ଆଉ ଏକ ଖବର ଅନୁଯାୟୀ, ୨୦୧୦ରେ ଶ୍ରୀଲଙ୍କାରେ ଆୟୋଜିତ ହୋଇଥିବା ଏହି ଇଭେଣ୍ଟରେ ଅମିତାଭଙ୍କ କୌଣସି ରାୟ ନିଆଯାଇନଥିଲା । ଏହା ସହ ସୋ’କୁ ହୋଷ୍ଟ କରିଥିଲେ ସଲମାନ୍ ଖାନ୍ । ଆଇଫା ସହ ଦୀର୍ଘ ଦିନ ଜଡିତ ରହି ମଧ୍ୟ ସୋ’ର ଆୟୋଜକ ଅମିତାଭଙ୍କ ସହ ଏପରି କରିବାରୁ ଇଭେଂଟରୁ ଦୂରେଇ ରହିବାକୁ ବିଗ୍ ବି ନିଷ୍ପତି ନେଇଥିଲେ ।

ତେବେ ଅମିତାଭଙ୍କ ଏହି ନିଷ୍ପତି ଆୟୋଜକଙ୍କୁ ଝଟକା ଦେଇଥିଲା ଏବଂ ସେମାନେ ବିଗ୍ ବିଙ୍କୁ ମନାଇବାକୁ ଅନେକ ଚେଷ୍ଟା ମଧ୍ୟ କରିଥିଲେ । କିନ୍ତୁ ଅମିତାଭ୍ ନିଜ ନିଷ୍ପତିରେ ଅଟଳ ରହିଲେ । ସେବେଠାରୁ ଅମିତାଭଙ୍କୁ ଏହି ଆୱାର୍ଡରେ ଦେଖିବାକୁ ମିଳେନାହିଁ । କିନ୍ତୁ ପ୍ରକୃତ କାରଣ ସୋ’ରେ ସଲମାନଙ୍କ ଏଂଟ୍ରିକୁ କୁଆଡେ ହଜମ କରିପାରିନଥିଲେ ବଚ୍ଚନ ପରିବାର । ଆଉ ସୋ’ରୁ ସବୁଦିନ ପାଇଁ ଦୂରେଇ ରହିବାର ନିଷ୍ପତି ନେଲେ ।