କାହିଁକି ବ୍ରାଭୋ ଓ ପୋଲାର୍ଡ ଏକା ନମ୍ବର ଜର୍ସି ପିନ୍ଧି ଉଦଘାଟନୀ ମ୍ୟାଚ ଖେଳିଥିଲେ! ୪୦୦ ନମ୍ବର ଜର୍ସି ପଛର ପୂରା କାହାଣୀ କହିଲେ ବ୍ରାଭୋ

50

ଆଇପିଏଲର ୧୧ ତମ ସଂସ୍କରଣର ଉଦଘାଟନୀ ମ୍ୟାଚରେ ପ୍ରକୃତ ଟି-୨୦ର ମଜା ପାଇଥିଲେ କ୍ରିକେଟପ୍ରେମୀ । ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଖେଳାଯାଇଥିବା ଏହି ହାଇଭୋଲଟେଜ ମ୍ୟାଚରେ ବାଜି ମାରିଥିଲା ଧୋନିଙ୍କ ନେତୃତ୍ୱାଧୀନ ଟିମ୍ ଚେନ୍ନାଇ । ରୋମାଞ୍ଚକର ମ୍ୟାଚରେ ୧ ୱିକେଟରେ ବିଜୟ ହାସଲ କରି ୨ ବର୍ଷ ପରେ ଜବରଦସ୍ତ କମବ୍ୟାକ କରିଥିଲା ଚେନ୍ନାଇ । ଆଉ ଏହି ମ୍ୟାଚର ହିରୋ ଥିଲେ ଚେନ୍ନାଇ ସୁପର କିଙ୍ଗସର ବ୍ରାଭୋ । ମାତ୍ର ୩୦ଟି ବଲରୁ ୬୮ ରନର ବିସ୍ଫୋରକ ଇନିଂସ ଖେଳି ମୁମ୍ବାଇ ହାତରୁ ମ୍ୟାଚ ଛଡାଇ ଆଣିଥିଲେ । ତେବେ ପୂରା ମ୍ୟାଚ ସମୟରେ ଉଭୟ ଟିମ ମଧ୍ୟରେ ଗୋଟିଏ ସମାନତା ଦେଖିବାକୁ ମିଳିଥିଲା । ତାହା ଥିଲା ଡ୍ୱାନ ବ୍ରାଭୋ ପିନ୍ଧିଥିବା ଚେନ୍ନାଇ ସୁପର କିଙ୍ଗସର ଜର୍ସି ଓ କିରନ ପୋଲାର୍ଡ ପିନ୍ଧିଥିବା ମୁମ୍ବାଇ ଇଣ୍ଡିଆନ୍ସର ଜର୍ସି । କାରଣ ଉଭୟ ଗୋଟିଏ ନମ୍ବରର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲେ । ଷ୍ଟାଇଲିସ କାରବିଆନ ପ୍ଲେୟାର ବ୍ରାଭୋ ଓ ପୋଲାର୍ଡ ୪୦୦ ନମ୍ବରର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲେ । ତେବେ ଏକା ନମ୍ବରର ଜର୍ସି ପିନ୍ଧିବା ପଛରେ କଣ ଥିଲା ରହସ୍ୟ । ଏହାର କାରଣ ଜାଣିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକ ୁ ମିଳିଥିଲା । ସାଧାରଣତଃ ବ୍ରାଭୋ ୪୭ ନମ୍ବର ଜର୍ସି ଓ ପୋଲାର୍ଡ ୫୫ ନମ୍ବର ଜର୍ସି ପିନ୍ଧି ଖେଳିଥାନ୍ତି ।

ଧୂଆଁଧାର ଇନିଂସ ବଳରେ ମୁମ୍ବାଇକୁ ଜବରଦସ୍ତ ବିଜୟ ଦେଇଥିବା ବ୍ରାଭୋ ମ୍ୟାନ ଅଫ୍ ଦ ମ୍ୟାଚ୍ ଆୱାର୍ଡ ନେବା ବେଳେ ଏକା ଜର୍ସି ନମ୍ବର ପଛର କାହାଣୀ କହିଥିଲେ । ବ୍ରାଭୋଙ୍କ କହିବା ଅନୁଯାୟୀ, ସେ ଟି-୨୦ ଫର୍ମାଟରେ ୪୦୦ ୱିକେଟ ହାସଲ କରିଥିବା ପ୍ରଥମ ବୋଲର ସେହିଭଳି ପୋଲାର୍ଡ ୪୦୦ ଟି-୨୦ ମ୍ୟାଚ ଖେଳିଥିବା ପ୍ରଥମ କ୍ରିକେଟର । ଏହି ଦୃଷ୍ଟିରୁ ଏହି ମ୍ୟାଚଟି ଉଭୟଙ୍କ ପାଇଁ ସ୍ପେଶାଲ ଥିଲା । ତେଣୁ ଏହି ମ୍ୟାଚକୁ ସ୍ୱରଣୀୟ କରିବା ପାଇଁ କିଛି ନୂଆ କରିବାକୁ ଚିନ୍ତା କରିଥିଲେ ଉଭୟ ଖେଳାଳି । ଏନେଇ ଟିମ ମ୍ୟାନେଜମେଣ୍ଟ ସହ କଥା ହେବା ପରେ ଉଭୟ ବ୍ରାଭୋ ଓ ପୋଲାର୍ଡ ୪୦୦ ନମ୍ବର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲେ । ଉଭୟ ଖେଳାଳି ଏହି ନିଆରା ରେକର୍ଡ ଅଷ୍ଟ୍ରେଲିଆର ବିଗବାସ ଲିଗରେ କରିଥିଲେ ।

ତେବେ ବ୍ରାଭୋଙ୍କ ପାଇଁ ଏହି ମ୍ୟାଚ ସ୍ମରଣୀୟ ହୋଇ ରହିବ କାରଣ ଉଦଘାଟନୀ ମ୍ୟାଚରେ ଧୂଆଁଧାର ଇନିଂସ ବଳରେ ମୁମ୍ବାଇ ବିଜୟୀ କରିଥିଲେ । ତେବେ ପୋଲାର୍ଡଙ୍କ ପାଇଁ ଏହି ମ୍ୟାଚ ସବୁଠୁ ଅନଲକି ରହିଥିଲା । କାରଣ ନାଁ ତାଙ୍କୁ ଉଦଘାଟନୀ ମ୍ୟାଚରେ ବ୍ୟାଟିଂ ମିଳିଥିଲା ନା ବୋଲିଂ । ଏହାଛଡା ତାଙ୍କ ଟିମ୍ ଜିତୁ ଜିତୁ ହାରି ଯାଇଥିଲା ।