ମେଂଟର ମହାଖୁଲାସା ! ଖୋଲିଲା ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଗଠନ ପଛର ପୁରା ଗୁମର

35

କନକ ବ୍ୟୁରୋ : ସଂଖ୍ୟା ନଥାଇ ସୁନ୍ଦରଗଡ଼ରେ କେମିତି ଜିଲ୍ଲା ପରିଷଦ ଗଠନ କଲା ବିଜେଡି? କେଉଁ ପରିସ୍ଥିତିରେ କଂଗ୍ରେସର ୫ ଜଣ ଜିଲ୍ଲା ପରିଷଦ ସଭ୍ୟ ବିଜେଡିକୁ ସମର୍ଥନ କଲେ? ୩୫ଟି ଆସନ ଥିବା ସୁନ୍ଦରଗଡ଼ ଜିଲ୍ଲାରେ ମ୍ୟାଜିକ୍ ନମ୍ବର ୧୮କୁ ଛୁଇଁବା ପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ କେମିତି ହୋଇଥିଲା ଡିଲ୍? କେଉଁ ପରିସ୍ଥିତିରେ ବିଜେଡିର ହାତ ଧରିଲା କଂଗ୍ରେସ । ପରସ୍ପର ବିରୋଧରେ ନିର୍ବାଚନ ଲଢୁଥିବା ଏହି ଦଳ,କେମିତି ହୋଇଗଲେ ଏକାଠି । ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଗଠନ ପଛର ପୁରା ଗୁମର ଖୋଲିଛନ୍ତି ସବଡେଗା ଜୋନର ଜିଲ୍ଲା ପରିଷଦ ସଦସ୍ୟା ।

ମାର୍ଚ୍ଚ ୮ ତାରିଖ । ରାଜଧାନୀର ହୋଟେଲରେ ଚୁଡାନ୍ତ ହେଲା ରୁପରେଖ । ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଏବଂ ଜିଲ୍ଲା କଂଗ୍ରେସ ସଭାପତି ଦୁଷ୍ମନ୍ତ ନାୟକ ଏବଂ ବିଜେଡିର ଦୁଇ ଜଣ ମନ୍ତ୍ରୀଙ୍କ ମଧ୍ୟରେ ହେଲା ଡିଲ୍ । ଠିକ୍ ଦୁଇ ଦିନ ପୂର୍ବରୁ ଏକା ଅଭିଯୋଗ ଆଣିଥିଲେ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ । ଜିଲ୍ଲା ପରିଷଦ ଗଠନ ପାଇଁ ଘୋଡା ବେପାର ହୋଇଥିବା ଅଭିଯୋଗ କରିବା ସହ ପିସିସି ଏବଂ ହେମାନନ୍ଦ ବିଶ୍ୱାଳଙ୍କ ଆଡକୁ ଇସାରା କରିଥିଲେ ପ୍ରଫୁଲ୍ଲ ।

ଏବେ ପ୍ରଶ୍ନ ଉଠୁଛି ବିଜେଡି-ରାଜଧାନର ସେହି ହୋଟେଲର ବନ୍ଦ କୋଠରୀ ଭିତରେ କ’ଣ ହୋଇଥିଲା ? କେଉଁ ପରିସ୍ଥିତିରେ କଂଗ୍ରେସର ୫ ଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜେଡିକୁ ସମର୍ଥନ କରିବାକୁ ରାଜି ହେଲେ ?