ନିରାମୟ ନୁହେଁ ନିରାଶ ଯୋଜନା ! ଘଣ୍ଟା ଘଣ୍ଟା ଧରି ଛିଡା ହେଲେ ମଧ୍ୟ ରୋଗୀଙ୍କୁ ମିଳୁନି ମାଗଣା ଔଷଧ ।

140

ନିରାମୟ ଯୋଜନା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ କେନ୍ଦୁଝର ଜିଲ୍ଲାର ରୋଗୀ । ଅର୍ଥାଭାବ ପାଇଁ ଚିକିତ୍ସା ପାଇପାରୁନଥିବା ରୋଗୀ ନିରାମୟ ଯୋଜନା ଉପରେ ନିର୍ଭର କରିଥାନ୍ତି । ହେଲେ ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହେବା ପରେ ଔଷଧ ନମିଳିବାରୁ ରୋଗୀ ସରକାରଙ୍କର ଏହି ଯୋଜନାକୁ ନିରାଶ ଯୋଜନା ବୋଲି କହିଛନ୍ତି ।

ଅର୍ଥ ଅଭାବ ପାଇଁ ରୋଗୀ ନିଜ ହାତରୁ ଖର୍ଚ୍ଚ କରି ଔଷଧ କିଣିବାକୁ ଅସମର୍ଥ ହୋଇପଡ଼ନ୍ତି । ଏପରି ସ୍ଥିତିରେ ସେମାନେ ସରକାରଙ୍କ ନିରାମୟ ଯୋଜନା ଉପରେ ସମ୍ପୁର୍ଣ୍ଣ ଭାବେ ନିର୍ଭରଶୀଳ ହୋଇଥାନ୍ତି । ହେଲେ ଏହି ଯୋଜନାରେ ଔଷଧ ନମିଳିବାରୁ ରୋଗୀ ସରକାରଙ୍କର ଏହି ଯୋଜନାର ସୁଫଳ ପାଉନାହାନ୍ତି ।

ନିରାମୟ ନୁହେଁ ଏହେଉଛି ନିରାଶ ଯୋଜନା । ଏଭଳି କିଛି କହୁଛନ୍ତି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିବା ରୋଗୀ । କନିରାମୟ ଔଷଧ କେନ୍ଦ୍ରରେ ରୋଗୀଙ୍କ ଭିଡ଼ ଲାଗି ରହୁଥିବା ବେଳେ ସମସ୍ତେ ହାତରେ ଡ଼ାକ୍ତରଙ୍କ ଚିଠା ଧରି ଛିଡା ହୋଇରହୁଛନ୍ତି । ନିରାମୟ କେନ୍ଦ୍ରରୁ ରୋଗୀମାନେ ସଂପୂର୍ଣ୍ଣ ଔଷଧ ପାଇପାରୁନାହାନ୍ତି । ଆଉ ଶେଷରେ ନିରାମୟ କେନ୍ଦ୍ରରୁ ନିରାଶ ହୋଇ ଫେରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସିଧାସଳଖ ରୋଗୀଙ୍କୁ କୁହାଯାଉଛି ଏହି ମେଡ଼ିସିନ ବାହାର ଦୋକାନରୁ କିଣିିନେବେ । ଅନ୍ୟପଟେ ଅର୍ଥ ଅଭାବରୁ ବାହାର ଦୋକାନରୁ ଔଷଧ କିଣିବାରେ ଅସମର୍ଥ ହେଉଛନ୍ତି ରୋଗୀ ।

ନିରାମୟ କେନ୍ଦ୍ରରେ ସମସ୍ତ ଔଷଧ ମାଗଣାରେ ମିଳୁଛି ବୋଲି ସରକାର ଘୋଷଣା କରିଥିଲେ । ହେଲେ ଏଠାରେ ଦେଖା ଦେଇଛି ଏହାର ବିପର୍ଯ୍ୟସ୍ତ ଅବସ୍ତା । ଏନେଇ ନିରାମୟ ଯୋଜନାରେ ଥିବା ଅଧିକାରୀ କହିଛନ୍ତି କି ଆବଶ୍ୟକ ଅନୁଯାୟୀ ଔଷଧ ଆସୁନଥିବାରୁ ଏପରି ଅସୁବିଧା ସୃଷ୍ଟି ହୋଇଛି । କେନ୍ଦ୍ରୀୟ ଷ୍ଟୋରକୁ ଯେଉଁ ଔଷଧ ଆସୁଛି ତାହା ରୋଗୀଙ୍କୁ ବଣ୍ଟନ କରାଯାଉଛି । ତେବେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ଔଷଧ ନପାଇବା ପରେ ନିରାଶ ହେଉଛନ୍ତି ରୋଗୀ ।