ସାକାର ହେବ ଆକାଶରେ ଉଡ଼ିବାର ସ୍ୱପ୍ନ : ଲଣ୍ଡନ ବଜାରରେ ମିଳୁଛି ସ୍ୱତନ୍ତ୍ର ପୋଷାକ, ଜାଣନ୍ତୁ ଏହାର ମୂଲ୍ୟ . .

31

ସୁପରମ୍ୟାନ, ଆଇରନ୍ ମ୍ୟାନ୍, କ୍ରୀଶ ପରି ସୁପରହୀରୋମାନେ ଆକାଶରେ ଉଡ଼ିବା କଥା ଆପଣ ଟିଭିରେ ଦେଖିଥିବେ କିମ୍ବା ଶୁଣିଥିବେ । ହଲିଉଡ଼ରେ ହେଉ କି ବଲିଉଡ଼ ହେଉ ଏପରି ଅନେକ ସୁପରହିରୋଙ୍କୁ ନେଇ ସିନେମା ନିର୍ମାଣ ହୋଇଛି । ଅନେକ ଏପରି ସିନେମା ରହିଛି ଯେଉଁଠି ନାୟକ ଆକାଶରେ ଉଡ଼ିପାର । ତେବେ ସେମାନଙ୍କୁ ଦେଖି ଆପଣ ମନରେ ମଧ୍ୟ କେବେ ନାଁ ସୁପରମ୍ୟାନ୍, ଶକ୍ତିମାନ କିମ୍ବା କ୍ରୀଶ ପରି ଉଡ଼ିବା ପାଇଁ ସ୍ୱପ୍ନ ନିଶ୍ଚୟ ଦେଖିଥିବେ । ତେବେ ଆପଣଙ୍କର ସୁପରମ୍ୟାନ ହେବାର ଆଶା ଖୁବ ଶୀଘ୍ର୍ୟ ପୂୁରଣ ହେବାକୁ ଯାଉଛି । ସ୍ୱପ୍ନ ସାକାରପାଇଁ ଦରକାର ଏକ ପ୍ରକାର ସ୍ୱତନ୍ତ୍ର ପୋଷାକ । ଆପଣ ଭାବୁଥିବେ ଏହା କିପରି ସମ୍ଭବ । ତେବେ ଏପରି ପୋଷାକ ଲଣ୍ଡନର ବଜାରକୁ ଆସିସାରିଛି । ଏହି ସ୍ୱତନ୍ତ୍ର ପୋଷାକ ୩୯ ବର୍ଷିୟ ରିଚାର୍ଡ଼ ବ୍ରାଉନିଙ୍ଗ ତିଆରି କରିଛନ୍ତି । କେବଳ ଯେ ତିଆରି କରିଛନ୍ତି ତା’ ନୁହେଁ ପୋଷାକକୁ ପିନ୍ଧି ଉଡ଼ିବାର ଦୃଶ୍ୟ ମଧ୍ୟ ସମସ୍ତଙ୍କୁ ଦେଖାଇ ସାରିଛନ୍ତି । ତେବେ ଏହି ସ୍ୱତନ୍ତ୍ର ପୋଷାକର ମୂଲ୍ୟ୪.୪୨ ଲକ୍ଷ ଡଲାର ( ଭାରତୀୟ ମୁଦ୍ରାରେ ପାଖାପାଖି ୩ କୋଟି ଟଙ୍କା) ।

ଥ୍ରିଡ଼ି ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି ଏହି ସ୍ୱତନ୍ତ୍ର ପୋଷ।କ । ଏଥିରେ ୫ ଜେଟ୍ ଇଞ୍ଜିନ୍ । ଏହି ସ୍ୱତନ୍ତ୍ର ପୋଷାକରେ ୩୨ ମାଇଲ ପ୍ରତି ଘଂଟା ୧୨ ହଜାର ଫୁଟ ଉଚ୍ଚରେ ଉଡ଼ିହେବ । ବ୍ରାଉନିଙ୍ଗ ଜଣେ ଏରୋନେଟିକ୍ସ ଇଞ୍ଜିନିୟରଙ୍କ ପୁଅ । ଆଉ ତାଙ୍କ ଅଜା ଥିଲେ ଯୁଦ୍ଧ ବିମାନର ପାଇଲଟ୍ । ବ୍ରାଉନିଙ୍ଗ କହନ୍ତି ଏହି କାମ ଆରମ୍ଭ କରିବା ପୂର୍ବରୁ ସେ ଭାବିନଥିଲେ ଏସବୁ ସମ୍ଭବ ହୋଇପାରିବ । ତେବେ ଅସମ୍ଭବକୁ ସମ୍ଭବ କରିବା ପାଇଁ ତଥା ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ସେ ଲାଗିପଡ଼ିଥିଲେ । ଏଥିପାଇଁ ସେ ପ୍ରତିଦିନ ସନ୍ଧ୍ୟାରେ ଓ ସପ୍ତାହର ଶେଷ ଦିନରେ ପୁରା ସମୟ ବାହର କରି କାମ କରୁଥିଲେ । ଏହି ସ୍ୱତନ୍ତ୍ର ପୋଷାକ ପିନ୍ଧି ଉଡ଼ିବା ସକ୍ଷମ ହୋଇଥିବାରୁ ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡ଼ରେ ତାଙ୍କ ନାମ ସାମିଲ ହୋଇଯାଇଛି । ତେବେ ଏହି ପୋଷାକୁ ଆଉ ଅଧିକ ବିକଶିତ କରିବା ପାଇଁ ସେ ଲଗାତାର କାମ ଚଳାଇଛନ୍ତି ।