ରୋହିତ ବନିଲେ ରିୟଲ ହିରୋ ! ଜଣେ ସିଂହଳୀ ପ୍ରଶଂସକର ଅସୁସ୍ଥ ବାପାଙ୍କୁ ଦେଖିଯିବା ପାଇଁ ସାହାଯ୍ୟ କଲେ ରୋହିତ ।

24

ଏବେ ଯେଉଁଠି ସମସ୍ତଙ୍କ ମୁହଁରେ କ୍ରିକେଟର ରୋହିତଙ୍କ ନାଁ । ସବୁଠି ତାଙ୍କର ପ୍ରଶଂସା । ଆଉ ତାଙ୍କର ଅନେକ ଫ୍ୟାନ । ସେ ତାଙ୍କର ଜଣେ ସିଂହଳୀ ଫ୍ୟାନ ଏପରି କାମ କରିଛନ୍ତି ଯାହାକୁ ନେଇ ରୋହିତଙ୍କୁ ଅନେତ ତାରିଫ ମିଳୁଛି । ବିରାଟଙ୍କ ଅନୁପସ୍ଥିତିରେ ଭାରତୀୟର ଦଳର ନେତୃତ୍ୱ ନେଇଥିବା ରୋହିତଙ୍କ ସାହାଯ୍ୟ ପାଇଁ ଜଣେ ଶ୍ରୀଲଙ୍କା ଫ୍ୟାନ ତାଙ୍କ ଘରକୁ ଫେରି ରୋଗରେ ପଡିଥିବା ବାପାଙ୍କୁ ଦେଖିପାରିବେ । ରୋହିତଙ୍କ ସାହାଯ୍ୟ ପରେ ଲୋକମାନେ ତାଙ୍କୁ ପ୍ରସଂସାରେ ପୋତିପକାଇଛନ୍ତି । ଏହି ଶ୍ରୀଲଙ୍କା ପ୍ରଂଶସକଙ୍କ ହେଉଛନ୍ତି ମହମ୍ମଦ ନିଲାମ ।

ଟି-୨୦ ସିରିଜ ଶେଷ ହେବା ପରେ ନିଲାମ ମୁମ୍ବାଇରୁ ଶ୍ରୀଲଙ୍କା ଯିବାର ଥିଲା । କିନ୍ତୁ କଲୋମ୍ବରେ ରହୁଥିବା ତାଙ୍କ ବାପାଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ୱଦେଶ ଫେରିବାକୁ ପଡିଥିଲା । ସେ ସମୟରେ ନିଲାମଙ୍କୁ ସାହାଯ୍ୟ କରିଥିଲେ ରୋହିତ । କାରଣ ନିଲାମଙ୍କ ବାପା ଗଳା କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କ ବାପାଙ୍କର ଅପରେସନ ହେବାର ଥିଲା । ଦିଲ୍ଲୀ ସ୍ଥିତ ଫିରୋଜ ଶାହା କୋଟାଲା ଗ୍ରାଉଣ୍ଡରେ ଅନ୍ତିମ ଟେଷ୍ଟ ଖେଳାଯାଉଥିବା ବେଳେ ନିଲାମ ଏ ବିଷୟରେ ଜାଣିଥିଲେ । ସେପଟେ ତାଙ୍କ ବାପାଙ୍କ ବିଷୟରେ ଜାଣିବା ପରେ ଟିକେଟ ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଟିକେଟ ମିଳିନଥିଲା ।

ତେବେ ରୋହିତ ଜାଣିବା ପରେ ସବୁ ସମସ୍ୟାର ସମାଧାନ ହୋଇଯାଇଥିଲା । ରୋହିତ ତାଙ୍କ କଲମ୍ବୋ ଯିବା ପାଇଁ ଟିକେଟର ବ୍ୟବସ୍ଥା କରାଇଦେଇଥିଲେ । ତା ପରେ ସେ କହିଥିଲେ ମୁଁ ରୋହିତଙ୍କ ସାହାଯ୍ୟ ପାଇଁ କୃତଜ୍ଞ । ସେ ଜଣେ ଉତ୍ତମ ବ୍ୟକ୍ତି ଓ ବିଶାଳ ହୃଦୟର ଅଧିକାରୀ । ରୋହିତ ୨୦୮ ରନକରିବା ପରେ ନିଲାମ ବହୁତ ଖୁସି ହୋଇଥିଲେ ବୋଲି କହିଥିଲେ ।

କେବଳ ରୋହିତ ନୁହଁନ୍ତି ବିରାଟ ମଧ୍ୟ ତାଙ୍କ ବାପାଙ୍କ ବିଷୟରେ ବୁଝୁଥିବା କହିଥିଲେ ନିଲାମ । ବିରାଟ ନିଜ ବାହାଘରକୁ ନେଇ ବ୍ୟସ୍ତ ଥିବା ବେଳେ ମ୍ୟାସେଜ କରି ବାପାଙ୍କ ବିଷୟରେ ପଚାରିଥିଲେ ବୋଲି ସେ କହିଛନ୍ତି । ଏପରିକି ସମସ୍ତ ପ୍ରକାର ସାହାଯ୍ୟ କରିବ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଉ ଏହି ସମୟରେ ବାପାଙ୍କ ସ୍ୱାସ୍ଥ୍ୟ ଠିକ ହୋଇଯାଇଥିଲା ବୋଲି କହିଥିଲେ ନିଲାମ । ବାପାଙ୍କ ବିଷୟରେ ଜାଣିବା ପରେ ବହୁତ ଚିନ୍ତିତ ଥିଲି କିନ୍ତୁ ରୋହିତଙ୍କ ସାହାଯ୍ୟ ଯୋଗୁ ମୁଁ ଘରକୁ ଫେରିପାରିଲି ।