ଘର ଯୋଗାଇଦେବା ନାଁରେ ଲୋକଙ୍କୁ ଠକିପାରିବେନି ବିଲଡର : ନୂଆ ରିୟଲ ଇଷ୍ଟେଟ ଆକ୍ଟ ଆଜିଠୁ ହେବ ଲାଗୁ

37

କନକ ବ୍ୟୁରୋ : ବିଲଡରଙ୍କ ଉପରେ ଲାଗିବ ଲଗାମ । ଆଉ ଘର କିଣୁଥିବା ଲେକେ ହେବେ କିଙ୍ଗ । ଯଦି କୌଣସି ପ୍ରୋଜେକ୍ଟରେ ଆପଣ ପୁଞ୍ଜି ଲଗାଇଛନ୍ତି ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆପଣଙ୍କୁ ଫ୍ଲାଟ ମିଳୁନାହିଁ ତାହାହେଲେ ଆପଣଙ୍କ ପାଇଁ ଭଲ ଖବର ଅଛି ।

ଆଜିଠାରୁ ଦେଶରେ କାର୍ଯ୍ୟକାରୀ ହୋଇଛି ରିଅଲ ଇଷ୍ଟେଟ ଆଇନ ୨୦୧୬ । ଗ୍ରାହକଙ୍କୁ ଶୋଷଣରୁ ମୁକ୍ତ କରିବା ଓ ବିଲଡରଙ୍କ ମନମାନି ଉପରେ ଲଗାମ ଲଗାଇବାକୁ ସରକାର ମାର୍ଚ୍ଚରେ ଏହି କ୍ରାନ୍ତିକାରୀ ବିଲ ପାଶ କରିଥିଲେ, ଯାହା ଆଜିଠାରୁ ଲାଗୁ ହୋଇଛି । ରିଅଲ ଇଷ୍ଟେଟ ଆଇନରେ ୯୨ଟି ଧାରା ରହିଛି । ଯେଉଁ କମ୍ପାନୀ କମ୍ପ୍ଲିସନ ସାର୍ଟିଫିକେଟ ହାସଲ କରିନାହାନ୍ତି ସେମାନଙ୍କୁ ଆସନ୍ତା ୩ ମାସ ମଧ୍ୟରେ ନୂଆ ପ୍ରକଳ୍ପକୁ ନିୟାମକ କର୍ତୃପକ୍ଷଙ୍କ ନିକଟରେ ୩ ମାସ ମଧ୍ୟରେ ପଞ୍ଜୀକରଣ କରିବାକୁ ହେବ ।

ରାଜ୍ୟଗୁଡିକୁ ପ୍ରାଧିକରଣ ଗଠନ କରିବାକୁ ପଡିବ । ପ୍ରାଧିକରଣ ନିକଟରେ ପ୍ରୋଜେକ୍ଟ ସମ୍ପର୍କରେ ସଂପୂର୍ଣ୍ଣð ବିବରଣୀ ରହିବ । ଏଥିରେ ପ୍ରୋମଟର, ପ୍ରକଳ୍ପ, ଲେଆଉଟ, ଜମିର ସ୍ଥିତି,ଚୁକ୍ତି, ରିଅଲଷ୍ଟେଟ ଏଜେଂଟ, ଠିକାଦାର ଓ ଇଞ୍ଜିନିୟରଙ୍କ ସମ୍ପର୍କରେ ବିସ୍ତୁତ ତଥ୍ୟ ରହିବ ।  ପ୍ରୋଜେକ୍ଟ କେବେ ସରିବ ସେ ନେଇ ବି ତାରିଖ ଦେବାକୁ ପଡିବ । ଗୋଟିଏ ପ୍ରୋଜେକ୍ଟର ବ୍ୟୟ ଅଟକଳ ଅନ୍ୟ ପ୍ରୋଜେକ୍ଟରେ ହୋଇପାରିବ ନାହିଁ ।