କଂଗ୍ରେସରେ ସାମିଲ ହେବାପରେ କ’ଣ କହିଲେ ସାମ୍ବାଦିକ ସତ୍ୟପ୍ରକାଶ, ପଢ଼ନ୍ତୁ ପୂରା ଖବର

46

କନକ ବ୍ୟୁରୋ: କଂଗ୍ରେସରେ ଯୋଗଦେଇଛନ୍ତି ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ । ତେବେ କାହିଁକି ବିଜେଡି ଓ ବିଜେପିକୁ ବାଦ୍ ଦେଇ କଂଗ୍ରେର ହାତ ଧରିଲେ ସତ୍ୟପ୍ରକାଶ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଚର୍ଚ୍ଚାରେ ପୁର୍ଣ୍ଣଛେଦ ଟାଣିଛନ୍ତି ସତ୍ୟପ୍ରକାଶ । ସତ୍ୟପ୍ରକାଶ କହିଛନ୍ତି ଯେ, ସାମ୍ବାଦିକଙ୍କ ମୂଳ ସ୍ଲୋଗାନ ସତ୍ୟତାକୁ ଲୋକଙ୍କୁ ପରିପକ୍ରାଶ କରାଇବା । ଆଉ ସେହିକାମ ମୁଁ କଂଗ୍ରେସ ଦଳରେ ହିଁ କରିବି । ସରକାର ଚାପି ଦେଉଥିବା ପ୍ରସଙ୍ଗର ସତ୍ୟତାକୁ ପଦାକୁ ଆଣିବି । ତେଣୁ ସର୍ବ ପୂରାତନ ଦଳ ଭାବେ ମୋତେ କଂଗ୍ରେସ ଦଳ ସମ୍ମାନର ସହ ଯୋଗଦେବା ପାଇଁ ଆମନ୍ତ୍ରଣ କରିଥିଲେ । ସେଥିପାଇଁ ମୁଁ କଂଗ୍ରେସରେ ସାମିଲ ହେଲି ।

ଏହାସହ କଂଗ୍ରେସରେ ସତ୍ୟପ୍ରକଶ ନାୟକଙ୍କୁ କେଉଁ ସ୍ଥାନ ବା ପଦବୀ ମିଳିବ ତାକୁ ନେଇ ଚର୍ଚ୍ଚା ହେଉଥିବାବେଳେ । ସତ୍ୟପ୍ରକାଶ କହିଛନ୍ତି , ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ତାହାକୁ ମୁଁ ନିର୍ବାହ କରିବି । ମୁଖପ୍ରାତ୍ର ହେଉ କି ଅନ୍ୟ ଯେଉଁ ପଦ ବା ଦାୟିତ୍ୱକୁ ନିଷ୍ଠାପରତା ସହିତ ତୁଲାଇବି ବୋଲି କହିଛନ୍ତି ସାମ୍ବାଦିକ ତଥା କଂଗ୍ରେର ଯୋଗ ଦେଇଥିବା ସତ୍ୟପ୍ରକାଶ ନାୟକ । କିନ୍ତୁ ପୂର୍ବରୁ ଯେଉଁ ଭଳି ସାମ୍ବାଦିକତା ତାଙ୍କର ପେସା ନୁହେଁ ତାଙ୍କର ନିଶା । ରାଜନୀତି ଦୁନିଆରେ ପାଦ ଥାପିଲେ ମଧ୍ୟ ସାମ୍ବାଦିକତାକୁ ପୂର୍ବଭଳି ପ୍ରାଧାନ୍ୟ ଦେବି ବୋଲି କହିଛନ୍ତି ସତ୍ୟପ୍ରକାଶ ନାୟକ ।