ସାବଧାନ ! ସ୍ୱାସ୍ଥ୍ୟ ବୀମା କରାଇବା ପୂର୍ବରୁ ପ୍ରଥମେ ପଢ଼ି ନିଅନ୍ତୁ ଏହି ଖବର, ନହେଲେ ଭୋଗିପାରନ୍ତି ଅସୁବିଧା

35

ସ୍ୱାସ୍ଥ୍ୟ ବୀମା ପ୍ରତ୍ୟେକ ଲୋକଙ୍କ ଜୀବନରେ ଏକ ଜରୁରୀ ନୀତି । କେବେ ଓ କେଉଁଠି ଆପଣଙ୍କୁ ସ୍ୱାସ୍ଥ୍ୟ ପାଇଁ କେତେ ଟଙ୍କାର ଆବଶ୍ୟକତା ପଡିଯାଏ, ଏହା ବିଷୟରେ କିଛି ଜଣା ନାହିଁ । ହସପିଟାଲର ବଢ଼ୁଥିବା ଖର୍ଚ୍ଚକୁ ଦେଖିଲେ ସ୍ୱାସ୍ଥ୍ୟ ବୀମା ଆଜିକାଲିର ଯୁଗରେ ଏକ ମୁଖ୍ୟ ଆବଶ୍ୟକତା ପାଲଟିଯାଇଛି । ଆଜିକାଲି ମାର୍କେଟରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ବୀମା ଅଛି, କିନ୍ତୁ ଏହି ବୀମାକୁ କିଣିବା ସମୟରେ ଆପଣଙ୍କୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ ।

ସ୍ୱାସ୍ଥ୍ୟ ବୀମା ନେବା ପୂର୍ବରୁ ଧ୍ୟାନ ରଖନ୍ତୁ କି ଯଦି ଆପଣ ପ୍ରଥମରୁ କୈାଣସି ପ୍ରକାରର ରୋଗ ଯେମିତି ଡାଇବେଟିସ ବା ଆସ୍ଥମାରେ ପୀଡିତ ଅଛନ୍ତି, ତେବେ ଏହି କଥାର ଖୁଲାସା ନିଶ୍ଚୟ କରନ୍ତୁ । ଯଦି ଆପଣ ଏମିତି କରୁନାହଁନ୍ତି, ତେବେ କ୍ଲେମ ସମୟରେ ଆପଣଙ୍କୁ ସେହି ରୋଗର ପେମେଣ୍ଟ କରାଯିବନି । ବୀମା ନେବା ସମୟରେ କୁହାଯାଇଥିବା ରୋଗର କେବଳ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ହିଁ କଭର କରାଯିବ ।

ସର୍ବନିମ୍ନ ପ୍ରତୀକ୍ଷା ଅବଧି : ପ୍ରତି ବର୍ଷ ଆପଣଙ୍କ ପଲିସିର ସମୀକ୍ଷା ଏବଂ ତାହାର ନବୀକରଣ କରାଯାଏ । ପ୍ରଥମ ବର୍ଷରୁ ହିଁ ଆପଣଙ୍କ ପଲିସି ପ୍ରଭାବୀ ମନାଯାଏ, ଯାହା ପ୍ରତି ବର୍ଷ ସେହି ସମୟରେ ପେମେଣ୍ଟ କରିବା ପରେ ରିନ୍ୟୁ ହୁଏ । କିନ୍ତୁ ରିନ୍ୟୁ ହେବା ସମୟରେ ଆପଣଙ୍କ ଗତ ବର୍ଷର କ୍ଲେମକୁ ଯାଂଚ କରାଯାଏ ଏବଂ ସେହି ଅନୁସାରେ ଆପଣଙ୍କ ପ୍ରିମିୟମର ଦର ବଢ଼ିପାରେ ।

ଲୋଡିଙ୍ଗ ୱିଦ ଏଜ : ଅଧିକ ଆୟୁ ଥିବା ବ୍ୟକ୍ତିର ପ୍ରିମିୟମ, କମ ଆୟୁ ଥିବା ବ୍ୟକ୍ତିର ପ୍ରିମିୟମ ଠାରୁ ଅଧିକ ଥାଏ, ଯାହାକୁ ଲୋଡିଙ୍ଗ ବୋଲାଯାଏ । ଉଦାହରଣ ସ୍ୱରୂପ, ଯଦି ଆପଣ ୩୫-୪୦ ଆୟୁରେ କୈାଣସି ସ୍ୱାସ୍ଥ୍ୟ ବୀମାର ଆରମ୍ଭ କରିଛନ୍ତି, ତେବେ ଆପଣଙ୍କୁ ପ୍ରିମିୟମ ୨୫-୩୦ ଆୟୁରେ ଆରମ୍ଭ କରିଥିବା ବ୍ୟକ୍ତିଙ୍କ ମୁକାବିଲାରେ ଅଧିକ କରିବାକୁ ପଡିବ ।

ଭର୍ତ୍ତି ହେଲେ ବି ମିଳିବ ପେମେଣ୍ଟ : ଯଦି ଆପଣ ହସପିଟାଲରେ ୨୪ ଘଣ୍ଟାରୁ ଅଧିକ ସମୟ ବିତାଇଛନ୍ତି, ତେବେ ହି ଆପଣ ମେଡିକ୍ଲେମ କରିପାରିବେ । ଯଦି ଆପଣଙ୍କ ଉପଚାର ୨୪ ଘଣ୍ଟା ପୂର୍ବରୁ ପୂରା ହୋଇଯିବ, ତେବେ ଆପଣ ମେଡିକ୍ଲେମ କରିପାରିବେ ନାହିଁ ।