‘ମୁଁ ଦିଲୱାଲା’ : ଡ୍ୟାନ୍ସ ପରେ ଜୟପୁର ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା

72

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନାଚିବା ପାଇଁ ଦିଲ୍ ଦରକାର । ପୂଜା ମଣ୍ଡପରେ ମନଖୋଲା ଡାନ୍ସ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରାପ୍ରସାଦ ବାହିନିପତି । କହିଛନ୍ତି, ଲୋକପ୍ରତିନିଧି ଲୋକଙ୍କ ଖୁସିରେ ସାମିଲ ହେବା ଭୁଲ୍ ନୁହଁ । ନାଚିବା ପାଇଁ ସାହାସ ଦରକାର । ଗତକାଲି ଦୁର୍ଗା ପୂଜା ମଣ୍ଡପରେ ଜମିଥିଲା ତାରାଙ୍କ ରକିଂ ଡାନ୍ସ । ୬୦ ଦଶକର ବିଟ୍ ଉପରେ ମଂଚରେ ତାରା ଲଗାଇଥିଲେ ଠୁମକା । ବିନ୍ଦାସ୍ ମୁଡରେ ଡାନ୍ସରଙ୍କ ସହ ତାରା ବାହିନୀପତି ବେଶ୍ ଝୁମିଥିଲେ । ଆଉ ବିଧାୟକଙ୍କ ଡାନ୍ସର ମଜା ଉଠାଇଥିଲେ ଜନତା ।

ଏହା ସହ ଦେଖନ୍ତୁ ବିନ୍ଦାସ୍ ମୁଡରେ ତାରା ବାହିନୀପତି : ଝୁମିଲେ ଝୁମାଇଲେ କଂଗ୍ରେସର ଟାଣୁଆ ନେତା