ନରହନ୍ତା ଦନ୍ତାକୁ ନେଇ ପିସିସିଏଫ ହରିଶଙ୍କର ଉପାଧ୍ୟାୟଙ୍କ ପ୍ରତିକ୍ରିୟା: କହିଲେ, ହାତୀର କୌଣସି ଦୋଷ ନାହିଁ, ଲୋକେ ସାମ୍ନାକୁ ପଳାଇ ଆସିବାରୁ ଘଟିଛି ଅଘଟଣ

ଆକ୍ରମଣରେ ଯାଇଥିଲା ୪ଜଣଙ୍କ ଜୀବନ

209

କନକ ବ୍ୟୁରୋ: ପିପିଲି ଅଂଚଳରେ ହାତୀ ଆକ୍ରମଣରେ ଲୋକ ମରିବାରେ ହାତୀର ଦୋଷ ନାହିଁ । ହାତୀ କାହାକୁ ନିଜ ପଟୁ ଆକ୍ରମଣ କରି ମାରି ନାହିଁ । ଲୋକେ ତା ସାମନାକୁ ପଳେଇ ଆସିଲେ,ସେଥିପାଇଁ ମୃତ୍ୟୁ ହୋଇଛି । ଏପରିକି ବନବିଭାଗର କର୍ମଚାରୀମାନେ ମନା କଲା ପରେ ବି ଲୋକେ ତା ସାମନାକୁ ଆସବାରୁ ମୃତ୍ୟୁ ମୁଖରେ ପଡିଲେ । ଏମିତି ନାହିଁ ଯେ ସେ ଲୋକଙ୍କୁ ମାରିବାକୁ ଯାଉଥିଲା । ଲୋକେ ତା ଯିବା ବାଟରେ ତାକୁ ଘେରି ଯିବାରୁ, ତା ପାଖକୁ ଚାଲି ଆସିବାରୁ ସେମାନଙ୍କର ମୃତ୍ୟୁ ହୋଇଛି । ଏଭଳି କହିଛନ୍ତି ପିସିସିଏଫ ହରିଶଙ୍କର ଉପାଧ୍ୟାୟ ।

ବଣୁଆ ହାତୀ ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ନେଇ ଏଭଳି କହିଛନ୍ତି ପିସିସିଏଫ ହରିଶଙ୍କର ଉପାଧ୍ୟାୟ । ହରିଶଙ୍କର ଉପାଧ୍ୟାୟଙ୍କ କହିବାନୁସାରେ, ହାତୀ ନିଜ ପଟୁ କାହାକୁ ଆକ୍ରମଣ କରି ମାରି ନାହିଁ ବରଂ ଲୋକେ ଅକସ୍ମାତ ତା ସାମ୍ନାକୁ ପଳେଇ ଆସିଲେ ତେଣୁ ସେମାନଙ୍କର ମୃତ୍ୟୁ ଘଟିଛି । ଏପରିକି ବନ ବିଭାଗ କର୍ମଚାରୀମାନେ ଏଥିପାଇଁ ବାରଣ କରିବା ସତ୍ୱେ ବି ଲୋକେ ହାତୀଟିର ସାମ୍ନାକୁ ଆସିଥିଲେ ଯାହା ଫଳରେ ସେମାନେ ମୃତ୍ୟୁ ମୁଖରେ ପଡିଲେ । ଏମିତି ନାହିଁ ଯେ ସେ ଲୋକଙ୍କୁ ମାରିବାକୁ ଯାଉଥିଲା ବରଂ ଲୋକେ ତା ବାଟରେ ଚାଲିଆସିଥିଲେ ଆଉ ତାଙ୍କୁ ଘେରିବାରୁ ଏଭଳି ଅଘଟଣ ଘଟିଛି ।

ତେଣୁ ଭବିଷ୍ୟତରେ ହାତୀଟି ପୁଣି ଥରେ ଯେ ବାହାରକୁ ନ ଆସିବ ତାହା କହିବା ଏବେ ମୁସ୍କିଲ୍ । ଏଥିପାଇଁ କୌଣସି ସ୍ଥାୟୀ ସମାଧାନ ବାହାରିନି କି ବାହାରେ ବୁଲୁଥିବା ବନ୍ୟଜନ୍ତୁଙ୍କ ଯିବା ଆସିବା ନେଇ କିଛି କହିହେବ ନାହିଁ । ତେବେ ହାତୀଟି ଚନ୍ଦକାରୁ ଆସିଥିଲା ଆଉ ଏବେ ସେ ସେଠାକୁ ଫେରିଯାଇଛି ବୋଲି କହିଛନ୍ତି ପିସିସିଏଫ ହରିଶଙ୍କର ଉପାଧ୍ୟାୟ ।