ଏହା ତ ଟ୍ରେଲର ମାତ୍ର, ନିର୍ବାଚନ ପରେ ଆସିବାକୁ ଥିବା ବଜେଟ ଦେଶକୁ ଆହୁରି ବିକାଶପଥରେ ନେଇଯିବ: ମୋଦି

ମଧ୍ୟବର୍ତ୍ତିକାଳୀନ ବଜେଟରେ କୃଷକ, ଶ୍ରମିକଙ୍କଠାରୁ ଆରମ୍ଭ କରି ମଧ୍ୟବିତ୍ତ, ଏମଏସଏମଇ କ୍ଷେତ୍ର ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି । ସେହିପରି ଗୃହନିର୍ମାଣଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର‌୍ୟ୍ୟନ୍ତ ସବୁ କ୍ଷେତ୍ରର ବିକାଶ ପାଇଁ ଏଥିରେ ବ୍ୟବସ୍ଥା ରହିଛି । ଏହି ବଜେଟ ଅଧିକରୁ ଅଧିକ ଲୋକଙ୍କୁ ଦାରିଦ୍ର‌୍ୟ ଶୃଙ୍ଖଳରୁ ମୁକ୍ତ କରିବ ।

311

ନୂଆ ବଜେଟ ନୂଆ ଭାରତ ଓ ସବୁ ଭାରତୀୟଙ୍କ ପାଇଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ଏହି ବଜେଟ ଦେଶର ସାଧାରଣ ଜନତାଙ୍କୁ ସଶକ୍ତ କରିବ । ଏହି ବଜେଟ ପାଇଁ ସେ ଅରୁଣ ଜେଟଲୀ ଓ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଜି ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ପିୟୁଷ ଗୋଏଲଙ୍କ ଦ୍ୱାରା ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ ପରେ ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଏନଡିଏ ସରକାରଙ୍କ ବିକାଶମୂଳକ କାର‌୍ୟ୍ୟ ଦେଶର ସବୁବର୍ଗର ଲୋକଙ୍କୁ ଛୁଇଁଛି ।

ତେବେ ଏହା ଏକ ଟ୍ରେଲର ମାତ୍ର, ପ୍ରକୃତ ବିକାଶ ମୂଳକ ବଜେଟ ତ ଆସନ୍ତା ନିର୍ବାଚନ ପରେ ଆସିବ ଯାହାକି ଭାରତକୁ ବିକାଶ ପଥରେ ଆଗେଇ ନେବ । ଏହି ମଧ୍ୟବର୍ତ୍ତିକାଳୀନ ବଜେଟରେ କୃଷକ, ଶ୍ରମିକଙ୍କଠାରୁ ଆରମ୍ଭ କରି ମଧ୍ୟବିତ୍ତ, ଏମଏସଏମଇ କ୍ଷେତ୍ର ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି । ସେହିପରି ଗୃହନିର୍ମାଣଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର‌୍ୟ୍ୟନ୍ତ ସବୁ କ୍ଷେତ୍ରର ବିକାଶ ପାଇଁ ଏଥିରେ ବ୍ୟବସ୍ଥା ରହିଛି । ଏହି ବଜେଟ ଅଧିକରୁ ଅଧିକ ଲୋକଙ୍କୁ ଦାରିଦ୍ର‌୍ୟ ଶୃଙ୍ଖଳରୁ ମୁକ୍ତ କରିବ ।