ଦୁଇଫାଳ ହେଲା ବିଜେଡି ଅଣ୍ଡା ! ସୁପ୍ରିମୋ କହିଲେ, ଅଣ୍ଡାମାଡକୁ ସମର୍ଥନ କରେନି ଦଳ କିନ୍ତୁ ଯୁବ ବିଜେଡିର ଭିନ୍ନ ମତ

38

କନକ ବ୍ୟୁରୋ : ଅଣ୍ଡାମାଡକୁ ନେଇ ବିଜେଡିର ଦୁଇଟି ମତ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଅଣ୍ଡାମାଡକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାପସନ୍ଦ କରି ନିନ୍ଦା କରିଛନ୍ତି । ଆରପଟେ କିନ୍ତୁ ଦଳର ଯୁବ ସଂଗଠନ ଅଣ୍ଡାମାଡ କରିବାକୁ ଘୋଷଣା କରିଛି । ଆଗକୁ ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସୁଥିବା ବେଳେ ତାଙ୍କୁ ଅଣ୍ଡାମାଡ ହେବ ବୋଲି ଯୁବ ବିଜେଡି ସଭାପତିଙ୍କ ଚେତାବନୀ ଦେଇଛନ୍ତି ।

ତେବେ ଓଡିଶା ରାଜନୀତିରେ ଅଣ୍ଡା ଏକ ଅସ୍ତ୍ର ପାଲଟିଯାଇଛି । ଜୁଏଲ୍ ମଧ୍ୟ ଏହା ଏକ ସୁରକ୍ଷା ପ୍ରସଙ୍ଗ ବୋଲି ଅନୁଭବ କରି କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏପଟେ ସରକାର ମଧ୍ୟ ଅଣ୍ଡାମାଡରୁ ସୁରକ୍ଷା ପାଇଁ ପୁଲିସକୁ ନିର୍ଦେଶ ଦେଇଥିବା କହୁଛନ୍ତି । କିନ୍ତୁ ୟା ଭିତରେ ଛାମୁଁଆ ସଂଗଠନ ଗୁଡିକ କିନ୍ତୁ ଅଣ୍ଡା ଅସ୍ତ୍ରକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି ।