ସିବିଆଇ ପକ୍ଷରୁ ସମନ ପାଇବା ପରେ ମୁହଁ ଖୋଲିଲେ ଅତନୁ ! କହିଲେ ତଦନ୍ତରେ କରିବେ ପୁରା ସହଯୋଗ ।

208

କନକ ବ୍ୟୁରୋ : ଖୁବ୍ ଶୀଘ୍ର ସିବିଆଇରେ ହାଜର ହେବେ ବିଧାୟକ ଅତନୁ ସବ୍ୟସାଚୀ ନାୟକ । ଚିଟଫଣ୍ଡ ମାମଲାରେ ସାଢେ ୪ ବର୍ଷ ପରେ ନୋଟିସ ଆସିଛି । ଦୀର୍ଘ ସାଢେ ୪ ବର୍ଷ ଧରି ତଦନ୍ତ ଚାଲିଛି । ତେବେ ତଦନ୍ତରେ ପୁରା ସହଯୋଗ କରିବେ ବୋଲି କହିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ସିବିଆଇ ପକ୍ଷରୁ ଯାହା ପ୍ରଶ୍ନ ପଚରାଯିବ, ସେନେଇ ସମସ୍ତ ଉତ୍ତର ରଖିବେ, ସେଥିରେ କୌଣସି ଦ୍ୱିଧା ନାହିଁ ବୋଲି ବିଧାୟକ କହିଛନ୍ତି ।

ଗତ ୩୦ ତାରିଖରେ ଚିଟଫଣ୍ଡ ମାମଲାରେ ବିଜେଡିର ଦୁଇ ବିଧାୟକ ଅରୁଣ ସାହୁ ଓ ଅତନୁ ସାହୁଙ୍କୁ ସିବିଆଇ ନୋଟିସ କରିଥିବା ନେଇ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ କୁହାଯାଇଥିଲା । ତେବେ ୨୮ ତାରିଖରେ ଅରୁଣଙ୍କୁ ହାଜର ହେବାକୁ ନିର୍ଦ୍ଦେଶ କରାଯାଇଥିବା ବେଳେ ଅତନଙ୍କୁ ୩୦ ତାରିଖରେ ହାଜର ହେବା ପାଇଁ ନୋଟିସ ହୋଇଥିଲା । କିନ୍ତୁ ଦୁଇ ଜଣ ବିଧାୟକ ଉକ୍ତ ତାରିଖରେ ହାଜର ନହେବାରୁ ଆଜି ସିବିଆଇ ପୁଣି ଥରେ ସେମାନଙ୍କୁ ସମନ ପଠାଇଥିଲା । ସମନ ପାଇବା ପରେ ସିବିଆଇ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି ବିଜେଡିର ଏହି ଦୁଇ ତୁଙ୍ଗ ନେତା ।