ରାଜ୍ୟର ୩୪ଟି ବୁଥରେ ସାନି ମତଦାନ : ୩ୟ ପର୍ଯ୍ୟାୟର ୧୨ଟି ଓ ୪ର୍ଥ ପର୍ଯ୍ୟାୟର ୨୨ଟି ବୁଥରେ ଚାଲିଛି ମତ ଗ୍ରହଣ
ସକାଳ ୭ଟାରୁ ମତଦାନ ଜାରି । ଏହି ବୁଥ ଗୁଡିକରେ ଅନିୟମିତତା ଓ ତ୍ରୁଟି ଅଭିଯୋଗ ଥିଲା
କନକ ବ୍ୟୁରୋ: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ହୋଇଥିବା ନିର୍ବାଚନରେ କିଛି ବୁଥରେ ଅନିୟମିତତା ଓ ତ୍ରୁଟି ଅଭିଯୋଗ ଆସିଥିଲା। ସେଗୁଡ଼ିକୁ ବିଚାରକୁ ନେଇ ୩୪ଟି ବୁଥରେ ଆଜି ସାନି ମତଦାନ ହେଉଛି। ଏହା ମଧ୍ୟରେ ତୃତୀୟ ପର୍ଯ୍ୟାୟର ୧୨ଟି ବୁଥ୍ ଓ ଚତୁର୍ଥ ପର୍ଯ୍ୟାୟର ୨୨ଟି ବୁଥ୍ ରହିଛି। ଶାନ୍ତିଶୃଙ୍ଖଳାର ସହ ମତଦାନ ନେଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ ମଧ୍ୟ କରାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ସାନି ମତଦାନ ହେଉଥିବା ବୁଥ ଗୁଡିକ ହେଲା, ବରୀରେ ୫ଟି ବୁଥ୍, ବାରିପଦା, ମାହାଙ୍ଗା ଓ ଆଠଗଡ଼ରେ ୪ଟି ଲେଖାଏ ବୁଥ୍, ଜଳେଶ୍ବର, ବ୍ରହ୍ମଗିରି ଓ ବିଞ୍ଝାରପୁରରେ ୨ଟି ଲେଖାଏ ବୁଥ୍, ବଡ଼ମ୍ବା, ଦେବଗଡ଼, ସତ୍ୟବାଦୀ, ତାଳଚେର, ଘଷିପୁରା, ଭୁବନେଶ୍ବର ମଧ୍ୟ, ଧର୍ମଶାଳା, ସୁକିନ୍ଦା, ବାଙ୍ଗିରିପୋଷି, ସାଲେପୁର ଓ ପାରାଦୀପରେ ଗୋଟିଏ ଲେଖାଏ ବୁଥରେ ସାନି ମତଦାନ ହେଉଛି।