ରାଜ୍ୟର କେତେକ ସ୍ଥାନରେ ସାନି ମତଦାନ : ଧର୍ମଶାଳା, ରାୟଗଡା, ଭଦ୍ରକ ଓ ଢେଙ୍କାନାଳରେ ଭୋଟିଂ ଜାରି

19

କନକ ବ୍ୟୁରୋ : ନିର୍ବାଚନ ବନ୍ଦ ଥିବା କେତେକ ବୁଥରେ ଆଜି ସାନି ମତଦାନ ହେଉଛି । ଯାଜପୁର ଧର୍ମଶାଳାର ୪ଟି ବୁଥରେ ଆଜି ସାନି ମତଦାନ ହେଉଛି । ଏହାସହ ରାୟଗଡାର୨ଟି ବୁଥରେ ମଧ୍ୟ ସାନି ମତଦାନ ପଡିଛି । ରାୟଗଡା କୋଲନରା ବ୍ଲକର ପିକେଟୁର ୧୦ନମ୍ବର ଓ ୧୧ନମ୍ବର ବୁଥରେ ସାନି ମତଦାନ ହେଉଛି ।

ସେପଟେ ନିଆଳିର ପୋଖରୀ ଗାଁର ୬ଟି ବୁଥରେ ମଧ୍ୟ ପୁନଃ ମତଦାନ ଆରମ୍ଭ ହୋଇଛି  । ୧୨, ୧୪, ୧୭, ୧୮, ୨୦ ଓ ୨୧ ନମ୍ବର ବୁଥରେ ଆଉଥରେ ମତଦାନ ଆରମ୍ଭ ହୋଇଛି  । ଗତକାଲି ଭୋଟ ବାକ୍ସ ଲୁଟ ପରେ ମତଦାନ ବନ୍ଦ ରହିଥିଲା ।