ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣା : ଗୃହ ବିଭାଗକୁ ତଦନ୍ତ ରିପୋର୍ଟ ଦେଲେ ଉତରାଂଚଳ ଆରଡିସି

27

ବରଗଡ : ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ଆସିଲା ରିପୋର୍ଟ। ସନ୍ତୋଷ ଗଙ୍ଗୱାରଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ଗୃହ ବିଭାଗକୁ ରିପୋର୍ଟ ଦେଇଛନ୍ତି ଉତରାଂଚଳ ଆରଡିସି ଭାଷ୍କର ଜ୍ୟୋତି ଶର୍ମା। ରିପୋର୍ଟରେ ଫଟୋ ଭିଡିଓ ଓ ୪୯ ଜଣଙ୍କ ବୟାନ ଉଲ୍ଲେଖ ରହିଛି। ଗତ ଜୁନ ୨୪ରେ ବରଗଡ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡି ଭଙ୍ଗାରୁଜା ହୋଇଥିଲା।