କେନ୍ଦ୍ରାଂଚଳ ଆରଡିସି ଏ.ବି ଓତଙ୍କ ଯାଜପୁର ଜିଲ୍ଳା ଗସ୍ତ ! ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

23

କନକ ବ୍ୟୁରୋ : କେନ୍ଦ୍ରାଂଚଳ ଆରଡିସି ଏ.ବି ଓତା ଆଜି ଯାଜପୁର ଜିଲ୍ଳା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଯାଜପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମିକ୍ଷା ବୈଠକରେ ଉପଜିଲ୍ଳାପାଳ,ଅତିରିକ୍ତ ଜିଲ୍ଳାପାଳଙ୍କ ସମେତ ବିଭିନ୍ନବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ ।
ବିଶେଷ କରି ନଗଡା ସ୍ଥିତି ସଂପର୍କରେ ମଧ୍ୟ ଆରଡିସି ସମିକ୍ଷା କରିଥିଲେ । ବର୍ତମାନ ସୁଦ୍ଧା ହୋଇଥିବା ଉନ୍ନୟନ ମୁଳକ କାର୍ଯ୍ୟ କେତେଦୂର ସରିଛି ସେ ସଂପର୍କରେ ରିପୋର୍ଟ ମାଗିଥିଲେ । ସଡକ,ପାନୀୟଜଳ ଓ ଆଲୋକ ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ଆରଡିସି କହିଛନ୍ତି । ନଗଡାବାସୀଙ୍କୁ ସ୍ୱତନ୍ତ୍ର ଘର ପ୍ରଦାନ ପାଇଁ ଠିକାଦାରଙ୍କୁ ନିଯୁକ୍ତି କରାଯିବା ପାଇଁ ଚିନ୍ତା କରାଯାଉଛି ବୋଲି ଆରଡିସି କହିଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ