ବିଧାନସଭାରେ ରମାଦେବୀ ଛାତ୍ରୀ ! ନ୍ୟାୟ ପାଇଁ ନବୀନଙ୍କ ନିକଟରେ ହେଲେ ନେହୁରା

23

କନକ ବ୍ୟୁରୋ : ସୋସିଆଲ ମିଡିଆରେ ରମାଦେବୀ ଛାତ୍ରୀଙ୍କୁ ଦେହଜୀବୀ ଭାବେ ଚିତ୍ରଣ କରିବା ପ୍ରସଙ୍ଗରେ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ । ଆଜି ରମାଦେବୀ ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସେପଟେ ଘଟଣାକୁ ଦୁଇଦିନ ବିତି ଯାଇଥିଲେ ବି ନା ଆରେହୀ କ୍ରିଏସନର ପତା ମିଳୁଛି ନାଁ ମୁଖ୍ୟ ଅଭିଯୁକ୍ତ ସୁଜିତ ସାହୁର । ତଦନ୍ତ ପାଇଁ ଏକ ୮ ଜଣିଆ ଏସଆଇଟି ଟିମ୍ ଗଠନ କରିଛି କ୍ରାଇମ ବ୍ରାଂଚ ।

ଫେସବୁକରେ ଅସଦାଚରଣ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ । ରମାଦେବୀ ଛାତ୍ରୀମାନଙ୍କୁ ଆରୋହୀ କ୍ରିଏସନ ପେଜରେ ଦେହଜୀବୀ ଭାବେ ଚିତ୍ରଣ କରାଯିବାର ଦୁଇ ଦିନ ପରେ ଆଜି ରମାଦେବୀ, ଶୈଳବାଳା ଓ କମଳାନେହେରୁ କଲେଜର ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି । ଆଉ ରାଜ୍ୟ ସରକାର ବି ଛାତ୍ରୀ ମାନଙ୍କ ଦାବିକୁ ମାନି କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଏବେ କ୍ରାଇମବ୍ରାଂଚ ଖୋଜିବ ସୋସିଆଲ ମିଡିଆର ଖଳନାୟକକୁ । କେଉଁ ଆଇପି ଆଡ୍ରେସରୁ ଛାତ୍ରୀଙ୍କ ଫଟୋସବୁ ଅପଲୋଡ ହୋଇଛି? ମୁଖ୍ୟ ଅଭିଯୁକ୍ତ ସୁଜିତ ସାହୁ ଏବେ କେଉଁଠି? ଆରୋହୀ କ୍ରିଏସନ ଏହି ଅପଲୋଡ କରିଛି ନା ସୁଜିତଙ୍କ ଆକାଉଂଟ ହ୍ୟାକ୍ ହୋଇଛି? ଏ ତମାମ ପ୍ରସଙ୍ଗରେ ଖୋଳତାଡ କରିବ କ୍ରାଇମବ୍ରାଂଚ । ଏଥିପାଇଁ ସ୍ୱତନ୍ତ୍ର ଟିମ ବି ଗଠନ କରିଛି ତଦନ୍ତକାରୀ ଦଳ । ଆଉ ପୁରା ତଦନ୍ତ ପ୍ରକ୍ରିୟାର ରୋଡ ମ୍ୟାପ ନେଇ କ୍ରାଇମବ୍ରାଂଚ ଡିଜି ବିକେ ଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-