କଲେଜ ସଂସଦ ନିର୍ବାଚନ ପାଇଁ ସରଗରମ କ୍ୟାମ୍ପସ : ଆରଡିରେ ପୋଷ୍ଟର ଚିରାକୁ ନେଇ ଉତେଜନା

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଛାତ୍ର ସଂସଦ ନିର୍ବାଚନ ଯେତିକି ପାଖେଇ ଆସୁଛିି, ସେକିତି ଅଶାନ୍ତ ହେଉଛି କଲେଜ୍ କ୍ୟାମ୍ପସ । ଭୁବନେଶ୍ୱର ରମାଦେବୀ ୟୁନିଭରସିଟିରେ ଲାଗି ରହିଛି ଛାତ୍ରୀ ଅଶାନ୍ତି । ପୋଷ୍ଟର ଚିରାକୁ ନେଇ କ୍ୟାମ୍ପସରେ ଚାପା ଉତେଜନା ଲାଗି ରହିଛି । ତେବେ ଗତକାଲି ମଧ୍ୟ ଏହି ପୋଷ୍ଟର ଚିରାକୁ ନେଇ ଉତେଜନା ଦେଖାଦେଇଥିଲା । ତେବେ ଏବେ ବିଶ୍ୱବିଦ୍ୟାଳୟ ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।