ଜିଓ ପରେ ଟେଲିକମ୍ ଦୁନିଆରେ ବଡ ଖବର : ଅନିଲ ଅମ୍ବାନୀଙ୍କ ଆରକମ୍ ଓ ଏୟାର ସେଲର ହେବ ବିଲୟ

36

କନକ ବ୍ୟୁରୋ : ଟେଲି କମ୍ୟୁନିକେସନ ଦୁନିଆ ପାଇଁ ପୁଣି ଏକ ବଡ ଖବର । ଅନିଲ ଅମ୍ବାନିଙ୍କ ରିଲାଏନ୍ସ କମ୍ୟୁନିକେସନ ଏବଂ ଏୟାରସେଲ ସହ ବିଲୟକୁ ଆରକମ୍ ବୋର୍ଡ ବୁଧବାର ସ୍ୱୀକୃତି ଦେଇଛି । ଏହା ସହ ଟେଲିକମ୍ ଦୁନିଆରେ ଏକ ବଡ ମେଂଟର ଶୁଭାରମ୍ଭ ହୋଇଛି ।

ଗ୍ରାହକ ସଂଖ୍ୟା ଦୃଷ୍ଟିରୁ ଏହି କମ୍ପାନୀ ଏବେ ଦେଶର ସବୁଠାରୁ ତୃତୀୟ ବଡ କମ୍ପାନୀ ହେବ । ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓର ଘୋଷଣା କରିବା ପରେ ଆରକମ୍ ସହ ଏୟାରସେଲର ବୁଝାମଣା ହେଉଥିବା ନେଇ ଚର୍ଚ୍ଚା ହୋଇଥିଲା ।

ସେପଟେ ଦୁଇ ପକ୍ଷରୁ କାଗଜପତ୍ର ଚୂଡାନ୍ତ ହେବା ପରେ ସଂପୂର୍ଣ୍ଣ ବିଳୟ ପାଇଁ ପ୍ରାୟ ୬ ମାସ ସମୟ ଲାଗିବ ବୋଲି ଜଣାପଡିଛି । ଘରୋଇ ଟେଲିକମ୍ କମ୍ପାନୀ ଭାବରେ ଏହା ତୃତୀୟ ବଡ କଂପାନୀ ହେବ । ହିସାବ ଅନୁସାରେ ଦେଶରେ ଆରକମର ୧୧ କୋଟି ଓ ଏୟାରସେଲର ୮.୯ କୋଟି ଗ୍ରାହକ ଅଛନ୍ତି ।