କୋହଲିଙ୍କ ଜବରଦସ୍ତ କମବ୍ୟାକ୍ ! ଇଡେନ୍ ଗାର୍ଡେନରେ ଛକା ଚୌକାର ବର୍ଷା କଲା ବାଙ୍ଗାଲୋର, କୋଲକାତା ପାଇଁ ୨୧୪ ରନର ଟାର୍ଗେଟ୍ ।

177

କନକ ବ୍ୟୁରୋ : ଐତିହାସିକ ଇଡେନ୍ ଗାର୍ଡେନରେ ଛକା ଚୌକାର ବର୍ଷାର କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆଇପିଏଲର ୩୫ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ । ଟସ୍ ଜିତି ପ୍ରଥମେ କୋଲକାତା ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୨୧୩ ରନ ସଂଗ୍ରହ କରିଛି ।

ପ୍ରଥମରୁ ଭଲ ଆରମ୍ଭ କରିନଥିଲେ ସୁଦ୍ଧା, ମଧ୍ୟକ୍ରମରୁ ଶେଷ ଯାଏଁ ଦମ୍ ଦେଖାଇଛି ବିରାଟଙ୍କ ଆରସିବି ଟିମ୍ । ବିରାଟ କୋହଲି ଜବରଦସ୍ତ ଶତକ ହାସଲ କରିଥିବା ବେଳେ, ଛକା ଚୌକାର ବର୍ଷା କରିଥିଲେ ମୋଇନ୍ ଅଲ୍ଲୀ । କୋହଲି ୫୮ଟି ବଲରୁ ୪ଟି ଛକା ଓ ୯ଟି ଚୌକା ସହ ୧୦୦ ରନ୍ କରି ଶେଷ ବଲରେ ଆଉଟ୍ ହୋଇଥିଲେ । ସେହିପରି ମୋଇନ୍ ଅଲ୍ଲୀ ୨୮ଟି ବଲରୁ ୬ଟି ଛକା ଓ ୫ଟି ଚୌକା ବଳରେ ୬୬ ରନ୍ କରିଛନ୍ତି ।  କୋଲକତା ତରଫରୁ ସୁନୀଲ ନାରିନ, ଆଣ୍ଡେ ରସେଲ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ । ତେବେ କୋଲକାତା ଆଗରେ ୨୧୪ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ବାଙ୍ଗାଲୋର ।