ଆଇପିଏଲରେ ବାଙ୍ଗାଲୋରର ନିରାଶଜନକ ପ୍ରଦର୍ଶନ । ବିରାଟଙ୍କ ନେତୃତ୍ୱର ବିଫଳତାକୁ ନେଇ ଉଠିଲା ପ୍ରଶ୍ନ, ୧୫ରେ ହେବ ବିଶ୍ୱକପ ପାଇଁ ଦଳ ଚୟନ ।

465

କନକ ବ୍ୟୁରୋ : ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲଗାତାର ଷଷ୍ଠ ମ୍ୟାଚରେ ପରାଜିତ ହୋଇଛି । ଏହା ପରେ ବିରାଟଙ୍କ ନେତୃତ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହେଲେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ଦିଲିପ ଭେଂଗସରକର ଓ ଭାରତୀୟ ଚୟନ ସମିତିର ଅଧ୍ୟକ୍ଷ ବିରାଟଙ୍କ ସମର୍ଥନରେ ମତ ରଖିଛନ୍ତି । ଏମଓକେ ପ୍ରସାଦ କହିଛନ୍ତି ଯେ, ଆଇପିଏଲରେ ପ୍ରଦର୍ଶନ ୱାର୍ଲ୍ଡ କପ ଚୟନରେ କୌଣସି ପ୍ରଭାବ ପକାଇବ ନାହିଁ ।

ଲଗାତର ଷଷ୍ଠ ମ୍ୟାଚରେ ମାତ ଖାଇଛି ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର  । ଟିମର ଏଭଳି ଅବସ୍ଥା ପାଇଁ ବିରାଟଙ୍କ ନେତୃତ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛି ଖେଳାଳୀ ବିରାଟଙ୍କୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ତାଙ୍କ ସମର୍ଥନରେ ବି ବାହାରିଛନ୍ତି ପୂର୍ବତନ ଖେଳାଳି ଓ ଚୟନକର୍ତା ସମିତି ଅଧ୍ୟକ୍ଷ । ପୂର୍ବତନ ଭାରତୀୟ ଅଧିନାୟକ ତଥା ସିଲେକସନ କମିଟିରେ ଥିବା ଦିଲିପ ଭେଂଗସରକାର କହିଛନ୍ତି, ବିରାଟଙ୍କୁ ତାଙ୍କ ଆଇପିଏଲ ଖେଳ ପ୍ରଦର୍ଶନ ନେଇ ପରଖିବା ଉଚିତ ଠିକ୍ ନୁହେଁ । ବିରାଟ ଏବେ ଭଲ ଫର୍ମରେ ଅଛନ୍ତି ସେ ଜଣେ ଭଲ ବ୍ୟାଟ୍ସମ୍ୟାନ । ଭାରତୀୟ ଟିମରେ ଅଧିନାୟକ ଭାବେ ତାଙ୍କ ପ୍ରତି ମ୍ୟାଚରେ ଭଲ ପ୍ରଦର୍ଶନ ରହିଛି । ତାଙ୍କ ଉପରେ ଭରସା ରଖିିବାକୁ ପଡ଼ିବ । ବିରାଟ ଟେଷ୍ଟ ଓ ଦିନିକିଆ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି । ଏହା ସହ ଆଗାମୀ ବିଶ୍ୱକପର ସେମି ଫାଇନାଲ ଯାଏଁ ବିରାଟ ଦଳ ପହଂଚିବ ।

ସେହିପରି ଭାରତୀୟ ଚୟନ ସମିତି ଅଧ୍ୟକ୍ଷ ଏମଏସକେ ପ୍ରସାଦ କହିଛନ୍ତି,  ଆଇପିଏଲରେ ଭାରତୀୟ ଟିମ୍ ଖେଳାଳିଙ୍କ ପ୍ରଦର୍ଶନୀ ୱାର୍ଲ୍ଡ କପ ଚୟନରେ କୌଣସି ପ୍ରଭାବ ପକାଇବ ନାହିଁ । ୨୦୧୯ ୱାର୍ଲ୍ଡକପ ମ୍ୟାଚ ପାଇଁ ଆସନ୍ତା ୧୫ ତାରିଖରେ ମୁମ୍ବାଇରେ ବୈଠକ ବସିବ । ସେହି ସମୟରେ ମୁମ୍ବାଇ ଇଣ୍ଡିୟାନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ମ୍ୟାଚ ମୁମ୍ବାଇରେ ଚାଲିଥିବ । ମୁମ୍ବାଇରେ ବିରାଟ ଉପସ୍ଥିତ ଥିବେ, ସେ ମଧ୍ୟ ବୈଠକରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି । ଅପରପକ୍ଷରେ ଆଇପିଏଲରେ କୋହଲିଙ୍କୁ ନେଇ ସମାଲୋଚନା କରିଛନ୍ତି ଗୌତମ୍ ଗମ୍ଭୀର । ସେ କହିଛନ୍ତି କୋହଲି ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହେଲେ ତାଙ୍କୁ ଆହୁରି ଅନେକ କିଛି ଶିଖିବାର ଅଛି । ଆରସିବିର ଏଭଳି ଅବସ୍ଥା ପାଇଁ ସେ ବୋଲରଙ୍କ ପରିବର୍ତେ ନିଜକୁ ଦାୟୀ କଲେ ଭଲ ହେବ । ଆଇପିଏଲରେ ଆରସିବି ଖେଳିଥିବା ୬ଟି ଯାକ ମ୍ୟାଚରେ ଲଗାତର ଭାବେ ପରାଜିତ ହୋଇଛି । ଯାହାକୁ ବେଶ ସମାଲୋଚନା କରାଯାଉଛି ।