ରିଜର୍ଭ ବ୍ୟାଙ୍କ ବୋର୍ଡକୁ ରଘୁରାମ ରାଜନଙ୍କ ପରାମର୍ଶ ! ଦ୍ରାବିଡଙ୍କ ଭଳି ଖେଳ, ସିଦ୍ଧୁଙ୍କ ଭଳି ନୁହେଁ

155

ରିଜର୍ଭ ବ୍ୟାଙ୍କର ପରିଚାଳନା ନିଷ୍ପତିକୁ ନେଇ ଯେଉଁ ବିବାଦ ଦେଖା ଦେଇଛି ସେନେଇ ମୁହଁ ଖୋଲିଛନ୍ତି ଆରବିଆର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । କେନ୍ଦ୍ରର ମୋଦି ସରକାର ଏବଂ ସେଂଟ୍ରାଲ ବ୍ୟାଙ୍କ ମଧ୍ୟରେ ବିବାଦ ଘନେଇଥିବା ବେଳେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ଆରବିଆଇ ବୋର୍ଡ ନବଜୋତ ସିଂହ ସିଦ୍ଧୁ ନୁବେଁ ବରଂ ରାହୁଲ ଦ୍ରାବିଦଙ୍କ ପରି ଖେଳିବା ଦରକାର । ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି ରାହୁଲ ଦ୍ରାବିଡ ହେଉଛନ୍ତି ମିଷ୍ଟର ଡିପେଂଡେବୁଲ ଏବଂ ନବଜୋତ ସିଂ ସିଦ୍ଧୁ ତାଙ୍କର ଲାଉଡ କମେଂଟ ପାଇଁ ପରିଚିତ । ତେଣୁ ଆରବିଆଇ ବୋର୍ଡ ରାହୁଲଙ୍କ ଭୂମିକା ଗ୍ରହଣ କରିବା ଉଚିତ । ରାଜନ କହିଛନ୍ତି ଯେ ଉଭୟ ପକ୍ଷ ପରସ୍ପରକୁ ଶୁଣିବା ଦରକାର । ଏସବୁଥିରେ ଆରବିଆଇ ବୋର୍ଡ ନେଉଥିବା ଭୂମିକା ଚିନ୍ତା ବଢାଉଛି ।

ଆରବିଆଇ ଓ ସରକାରଙ୍କ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ରାଜନ କହିଛନ୍ତି, ଏହି ବିବାଦ ଆଗକୁ ବଢିବା ଉଚିତ୍ ନୁହେଁ । ଉଭୟ ଉଭୟଙ୍କ କଥା ଶୁଣିବା ସହ ପରସ୍ପରର କାର୍ଯ୍ୟକୁ ସମ୍ମାନ ଦେବା ଆବଶ୍ୟକ । ଆରବିଆଇ ବୋର୍ଡ ଏକ ଅପରେସନାଲ ବୋର୍ଡ ନୁହେଁ ଯେ, ଯେଉଁଥିରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର କର୍ମଚାରୀ ରହିଥାନ୍ତି । ଏଥିରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ବ୍ୟକ୍ତି ସାମିଲ ହୋଇଥାନ୍ତି । ଯେଉଁମାନେ ନିଷ୍ପତି ନେବା ନୁହେଁ କାଉନସିଲ କରିବା ଏବଂ ଉପଦେଶ ଦେବା ହେଉଛି ଏହି ବୋର୍ଡର କାମ ।

ଆରବିଆଇ ନିକଟରେ ମହଜୁଦ୍ ଥିବା ୯.୬ ଟ୍ରିଲିୟନ ଟଙ୍କାଙ୍କୁ ନେଇ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ସରକାରଙ୍କ କହିବା ଅନୁଯାୟୀ, ଏତେ ପରିମାଣର ଟଙ୍କା ବ୍ୟାଙ୍କ ପାଖରେ ରହିବାର ଆବଶ୍ୟକତା ନାହିଁ । ଏହି ଟଙ୍କାରେ ଦେଶରେ କିଛି ବିକାଶମୂଳକ କାର୍ଯ୍ୟ ସହ କାରବାରରେ ମଧ୍ୟ ସୁଧାର ଅଣାଯାଇପାରିବ । କିନ୍ତୁ କେନ୍ଦ୍ର ସରକାରଙ୍କ ଏଭଳି ପ୍ରସ୍ତାବକୁ ଆରବିଆଇ ଗ୍ରହଣ ନ କରିବା ପରେ ଆରମ୍ଭ ହୋଇଛି ଏହି ବିବାଦ । ସରକାର ଏଭଳି ପ୍ରସ୍ତାବ ଦେଇ ଆରବିଆଇର ସ୍ୱତନ୍ତ୍ରତାରେ ମୁଣ୍ଡ ଖେଳାଉଥିବା କୁହାଯାଉଛି ।