ଆରବିଆଇର ୟୁଟର୍ଣ୍ଣ : ୫ ହଜାରରୁ ଅଧିକ ଅଚଳ ନୋଟ୍ ଜମା କରିବା ଉପରୁ ଉଠିଲା କଟକଣା

17

କନକ ବ୍ୟୁରୋ : ଆରବିଆଇର ୟୁ ଟର୍ଣ୍ଣ । ପୁଣି ନିଷ୍ପତି ପରିବର୍ତନ କରିଛି ରିଜର୍ଭ ବ୍ୟାଙ୍କ । ଅଚଳ ନୋଟ୍ ଜମା କରିବାରେ ଜାରି କରାଯାଇଥିବା କଟକଣା ଉଠାଇ ଦିଆଯାଇଛି । ଏହାସହ ବିନା ପଚରାଉଚରାରେ ଅଚଳ ନୋଟ୍ ଜମା କରିହେବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । କେୱାଇସି ଆଧାରରେ ଖୋଲା ଯାଇଥିବା ପାସବୁକରେ ଅଚଳ ଟଙ୍କା ଜମା କରିବାରେ କୌଣସି କଟକଣା ନାହିଁ ।

ଏପରିକି ଅଚଳ ନୋଟ୍ ଜମା କଲାବେଳେ ପଚରାଉଚରା ବି କରାଯିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ କହିଛି । ଡିସେମ୍ବର ୩୦ତାରିଖ ମଧ୍ୟରେ ଆକାଉଂଟରେ ଥରେ ମାତ୍ର ୫ହଜାରରୁ ଅଧିକ ଟଙ୍କା ଜମା କରିହେବ ବୋଲି ସୋମବାର ଦିନ ଆରବିଆଇ ପକ୍ଷରୁ ଘୋଷଣା କରାଯାଇଥିଲା । ଏବେ ଏହି ନିଷ୍ପତିକୁ ବଦଳାଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ।