ବଜାରକୁ ଆରବିଆଇ ଛାଡିିଲା ନୂଆ ୫୦ ଟଙ୍କିଆ ନୋଟ୍ : ଜାରି କଲା ନୂଆ ନୋଟର ଫଟୋ

98

ବଜାରକୁ ଆସିଲା ନୂଆ ୫୦ ଟଙ୍କିଆ ନୋଟ୍ । ଆରବିଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ନୂଆ ନୋଟ୍ ଆସିବ ଫଳରେ ପୁରୁଣା ୫୦ ଟଙ୍କିଆ ନୋଟ୍ ଉପରେ କୈାଣସି ପ୍ରଭାବ ପଡିବ ନାହିଁ । ଆରବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପୁରୁଣା ୫୦ ଟଙ୍କିଆ ନୋଟର ଲିଗାଲ ଟେଣ୍ଡର ପୂର୍ବପରି ବଳବତ୍ତର ରହିବ । ଅର୍ଥାତ୍ ଆପଣ ପୁରୁଣା ୫୦ ଟଙ୍କିଆ ନୋଟକୁ ମଧ୍ୟ ବ୍ୟବହାର କରିପାରିବେ ।

ଗତ ବର୍ଷ ପୁରୁଣା ନୋଟ୍ ବିମୁଦ୍ରାକରଣ ପରେ ସରକାର ୫ଶହ ଓ ୨ହଜାର ଟଙ୍କିଆ ନୂଆ ନୋଟ୍ ଜାରି କରିଥିଲେ । ପୁଣି ଖବର ଆସିଲା ଖୁବ୍ ଶୀଘ୍ର ୨ଶହ ଟଙ୍କିଆ ନୋଟ୍ ଜାରି ହେବ । ସୋସିଆଲ୍ ମିଡିଆରେ ୨ଶହ ଟଙ୍କିଆ ନୋଟର ଫଟୋ ମଧ୍ୟ ଆସିଛି । କିନ୍ତୁ ଏହାରି ଭିତରେ ବଜାରକୁ ଆସିଛି ନୁଆ ୫୦ ଟଙ୍କିଆ ନୋଟ୍ । ତେବେ ଆରବିଆଇ ପକ୍ଷରୁ ଏହି ଫଟୋ ଜାରି କରିବା ଆଗରୁ ୫୦ ଟଙ୍କିଆ ନୋଟର ବଣ୍ଡଲ ବିଶିଷ୍ଟ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ସୂଚନା ଅନୁସାରେ, ଏହି ୫୦ ଟଙ୍କିଆ ନୂଆ ନୋଟ୍ ଦେଖିବାକୁ ହାଲକା ସବୁଜ ନୀଳ ରଙ୍ଗର । ଏହାର ଆକାର ଓ ପ୍ରିଂଟ୍ ୫ଶହ ଓ ୨ହଜାର ଟଙ୍କିଆ ନୋଟ ପରି ଦେଖିବାକୁ । ଫଟୋରେ ଦେଖାଯାଉଥିିବା ନୋଟକୁ ଦେଖିଲେ ଲାଗୁଛି କି ନୋଟଟି ମହାତ୍ମା ଗାନ୍ଧୀଙ୍କ ୨୦୦୫ ସିରିଜର । ଖୁବଶୀଘ୍ର ଏହି ନୂଆ ୫ଶହ ଟଙ୍କିଆ ନୋଟକୁ ଆଇବିଆଇ ଜାରି କରିବ ।

ନୂଆ ନୋଟ ପଛ ପଟରେ ରଥ ସହ ହମ୍ପିର ଆକୃତି ରହିବ । ଯାହା ଦେଶର ସାଂସ୍କୃତିକ ଚିତ୍ରକୁ ପ୍ରଦର୍ଶନ କରିବ । ଆରବିଆଇ ସ୍ପଷ୍ଟ କରିଛି ଯେ ଏହା ପୂର୍ବରୁ ଜାରି ୫୦ ଟଙ୍କିଆ ନୋଟର ପୁରଣା ସିରିଜ୍ ଚାଲୁ ରହିବ । ଆକାଶିଆ ରଙ୍ଗର ନୂଆ ନୋଟ୍ ଉପରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଓ ପୁରୁଣା ନୋଟ ଆକାର ମଧ୍ୟ ରହିବ । ଏହା ସହ କେନ୍ଦ୍ରୀୟ ବ୍ୟାଙ୍କ ୨ଶହ ଟଙ୍କିଆ ନୋଟ୍ ଛାପୁ ଅଛି । କିନ୍ତୁ ଗତ ବର୍ଷ ଆରବିଆଇ ତରଫରୁ ଘୋଷଣା କରାଯାଇଥିଲା କି ଖୁବ୍ ଶୀଘ୍ର ନୂଆ ଆକାର ଓ ନୂଆ ରଙ୍ଗର ୫୦ ଟଙ୍କିଆ ନୋଟ୍ ଜାରି ହେବ । ଯେଉଁଥିରେ ଗଭର୍ଣ୍ଣର ଉର୍ଜିତ୍ ପଟେଲଙ୍କ ହସ୍ତାକ୍ଷର ରହିବ ।