ବଜାରକୁ ଆସିବ ନୂଆ ୨୦ ଓ ୫୦ ଟଙ୍କିଆ ନୋଟ୍ : ଆରବିଆଇର ସୂଚନା

71

କନକ ବ୍ୟୁରୋ : ୫ ଶହ ଓ ୧ ହଜାର ଟଙ୍କିଆ ପରେ ଏବେ ୫୦ ଓ ୨୦ ଟଙ୍କିଆ ନୋଟର ପାଳି । ବଜାରକୁ ଆସିବ ନୂଆ ୫୦ ଓ ୨୦ ଟଙ୍କିଆ ନୂଆ ନୋଟ୍ । ତେବେ ଏହି ନୂଆ ନୋଟରେ ରଙ୍ଗ ବଦଳିବନି । ମହାତ୍ମା ଗାନ୍ଧି ସିରିଜ୍ ୨୦୦୫ର ନୋଟ୍ ରଙ୍ଗ ରୂପରେ ବିଶେଷ ପରିବର୍ତ୍ତନ ହେବନାହିଁ । ତେବେ ଏହି ନୂଆ ୫୦ ଓ ୨୦ ଟଙ୍କିଆ ନୋଟରେ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଉରଜିତ୍ ପଟେଲଙ୍କ ଦସ୍ତଖତ ରହିବ ।

ଏହା ସହ ଏହି ନୋଟ୍ ରେ ୨୦୧୬ ମଧ୍ୟ ପ୍ରିଂଟ୍ ହେବ । ୨୦ ଟଙ୍କିଆ ନୂଆ ନୋଟର ଦୁଇଟି ନମ୍ବର ପ୍ୟାନେଲ ଉପରେ ଇନସେଟ୍ ଲେଟର ‘ଏଲ’ ଲେଖା ହୋଇଥିବା ଦେଖିବାକୁ ମିଳିବ । ତେବେ ନୂଆ ୫୦ ଟଙ୍କିଆ ନୋଟର ଦୁଇଟି ନମ୍ବର ପ୍ୟାନେଲ ଉପରେ ଥିବା ଇନସେଟ୍ ଲେଟର ଦେଖିବାକୁ ମିଳିବନି । ତେବେ ସବୁଠାରୁ ବଡ କଥା ହେଉଛି ୫୦ ଓ ୨୦ ଟଙ୍କିଆ ନୂଆ ନୋଟ୍ ବଜାରକୁ ଆସିଲେ ମଧ୍ୟ ପୁରୁଣା ନୋଟ୍ ଅଚଳ ହେବନି । ବରଂ ଆଗ ଭଳି ପୁରୁଣା ୫୦ ଓ ୨୦ ଟଙ୍କିଆ ନୋଟର ପ୍ରଚଳନ ଜାରି ରହିବ ।