କମୁଛି ରୋଜଗାର କ୍ଷେତ୍ର । ବେରୋଜଗାରୀଙ୍କୁ ମିଳୁନି ଚାକିରୀ । ମୋଦି ସରକାରରେ ଖୁସି ନାହାଁନ୍ତି ଲୋକେ : ସର୍ଭେ

66

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ସେଂଟର ଫର ମନିଟାରିଂ ଇଣ୍ଡିଆନ ଇକୋନମୀ ଦ୍ୱାରା କରାଯାଇଥିବା ପୃଥକ ପୃଥକ ସର୍ଭେରେ ଦାବି କରାଯାଇଛି କି ମୋଦି ସରକାରଙ୍କ ଶାସନ କାଳରେ ଚାକିରୀର ଘୋର ଅଭାବ ଦେଖାଦେଇଛି । ଯେଉଁଥିପାଇଁ ଦେଶରେ ବେରୋଜଗାର ଯୁବକ-ଯୁବତୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଖାଲି ସେତିକି ନୁହେଁ ମୋଦିଙ୍କ ସରକାରରେ ଲୋକେ ତାଙ୍କ ପ୍ରତି ଖୁସି ନଥିବା ମଧ୍ୟ ଏହି ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶା ଯାଇଛି । ରିପୋର୍ଟରେ କୁହାଯାଇଛି କି, ମୋଦି ସରକାରଙ୍କ ଶାସନ କାଳ ମଧ୍ୟରେ ତଥା ଏହି ୩ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା ହୋଇଥିବା ଦାବି ସତ୍ୱେ ମଧ୍ୟ ରୋଜଗାର କ୍ଷେତ୍ରରେ ସେଭଳି କୌଣସି ପରିବର୍ତ୍ତନ ଦେଖା ଦେଇନାହିଁ ।

ଆରବିଆଇର ସର୍ଭେରେ ଜୁନ୍ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ତଥ୍ୟ ନିଆଯାଇଥିଲା । ଯାହାର ନିର୍ଯ୍ୟାସ ଆସିଥିଲାକି ୨୦୧୩ରେ , ଲୋକଙ୍କ ଦରମା ଯେତିକି ରହିଥିଲା, ସେଥିରେ ଅଧିକ କୌଣସି ବୃଦ୍ଧି କରାଯାଇନାହିଁ । ତେବେ ଆରବିଅର୍ର ଏହି ସର୍ଭେର ଅର୍ନ୍ତଭୂକ୍ତ ହୋଇଥିଲା ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ ,କୋଲକାତା , ମୁମ୍ବାଇ ଏବଂ ଦିଲ୍ଲୀ ଭଳି ସହର ।

ସେହିପରି ସିଏମଆଇଇ ଦ୍ୱାରା କରାଯାଇଥିବା ଅନ୍ୟ ଏକ ସର୍ଭେ ମୁତାବକ, ଜାନୁଆରୀ ୨୦୧୭ରେ ଦେଶର ପାଖାପାଖି ୪୦୮.୪ ମିଲିୟନ ଲୋକମାନଙ୍କ ନିକଟରେ ଚାକିରୀ ଥିଲା । ମାତ୍ର ବେରୋଜଗାରଙ୍କ ସଂଖ୍ୟା ଥିଲା ୨୫.୯ ମିଲିୟନ । ଜୁଲାଇ ୨୦୧୭ରେ ଚାକିରୀ ପାଇଥିବା ଲୋକଙ୍କ ସଂଖ୍ୟା ହ୍ରାସପାଇ ଏହା ୪୦୫.୪ ମିଲିୟନ ରହିଥିଲା ଏବଂ ଏହି ସମୟରେ ବେରୋଜଗାରମାନଙ୍କ ସଂଖ୍ୟା ମଧ୍ୟ ୧୩.୭ ମିଲିୟନକୁ ବୃଦ୍ଧି ପାଇଥିଲା । ତେବେ ବେରୋଜଗାରଙ୍କ ସଂଖ୍ୟା ୟୁପି, ବିହାର, ଝାଡଖଣ୍ଡ ଏବଂ ଓଡିଶା ଭଳି ରାଜ୍ୟମାନଙ୍କରେ ସବୁଠାରୁ ଅଧିକ ରହିଥିବା ଏହି ସର୍ଭେରେ ଦର୍ଶାଯାଇଛି ।

ସୌଜନ୍ୟ: ଅମର ଉଜାଲା