ଅନଲାଇନରେ ଟଙ୍କା ନେଣଦେଣ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଆରବିଆଇର ବଡ ପଦକ୍ଷେପ : ଏଣିକି ସପ୍ତାହକୁ ୨୪ ଘଂଟା ଓ ୭ଦିନ ହେବ ଅନଲାଇନ୍ ଟ୍ରାନ୍ସଫର

192

ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କିଙ୍ଗ ସମୟ ପରେ ମଧ୍ୟ ଅନଲାଇନ୍ ଟଙ୍କା ନେଣଦେଣକୁ ସୁଗମ କରିବା ପାଇଁ ଏକ ବଡ ପଦକ୍ଷେପ ନେବାକୁ ପ୍ରସ୍ତୁତି କରୁଛି । ଆରବିଆଇ ନିଜ ପେମେଂଟ ଆଣ୍ଡ ସେଟଲମେଂଟ ସିଷ୍ଟମର ଭିଜନ୍ ଡକ୍ୟୁମେଂଟ ୨୦୧୯-୨୧ରେ ଏହି ବିଷୟରେ ପ୍ରସ୍ତାବ ଦେଇଛି । ଏହି ପ୍ରସ୍ତାବରେ ଅଛି କି, ଏନଇଏଫଟି ଜରିଆରେ ଫଣ୍ଡ ଟ୍ରାନ୍ସଫରକୁ ସପ୍ତାହକୁ ୨୪ ଘଂଟା ଓ ୭ଦିନ କରିଦିଆଯାଏ । ଏହାବ୍ୟତୀତ ରିଜର୍ଭ ବ୍ୟାଙ୍କ ଅନଲାଇନ୍ ଆରଟିଜିଏସ(Real Time Gross Settlement) ର ସମୟକୁ ବଢ଼ାଇବାର ସମ୍ଭାବନାର ମଧ୍ୟ ଯାଂଚ କରିବ ।

ଜାଣନ୍ତୁ ଏବେ କ’ଣ ଅଛି ଟ୍ରାଜେଂକ୍ସନର ଲିମିଟ୍ ?

ଯଦି ଏଚଡିଏଫସି ବ୍ୟାଙ୍କୁ ଦେଖିବା, ତେବେ ଏହାର ଗ୍ରାହକ ଏନଇଏଫଟି ଜରିଆରେ ଯେଉଁଠି ବି ୧ଲକ୍ଷରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଟ୍ ବ୍ୟାଙ୍କିଙ୍ଗ ଜରିଆରେ ଗୋଟିଏ ଦିନରେ ପଠାଇପାରିବେ । ଯେବେକି ଆରଟିଜିଏସ ଜରିଆରେ ଗୋଟିଏ ଦିନରେ ୨ଲକ୍ଷରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଟ୍ ବ୍ୟାଙ୍କିଙ୍ଗର ବ୍ୟବହାର କରି ପଠାଯାଇପାରେ ।

ଏବେ ଆପଣ ଅନଲାଇନ ନେଣଦେଣ ରବିବାର ଓ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ କରିପାରିବେନି । ଏହା ବ୍ୟତୀତ ବ୍ୟାଙ୍କ ଛୁଟି ଦିନରେ ମଧ୍ୟ ଆପଣ ଏହି ଟ୍ରାଜେକ୍ସନ କରିପାରିବେନି । କାମ ଦିନରେ ଫଣ୍ଡ ଟ୍ରାନ୍ସଫର ପାଇଁ ଏନଇଏଫଟିର ବ୍ୟବହାର ସକାଳ ୮ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ହିଁ କରାଯାଇପାରିବ । ଏହା ବ୍ୟତୀତ ଶନିବାର ଦିନ ସକାଳ ୮ରୁ ପୂର୍ବାହ୍ନ ୧ଟା ପର୍ଯ୍ୟନ୍ତ ହିଁ ରହିବ ।