ଆରବିଆଇ କମାଇଲା ସୁଧ ହାର ! ଋଣ ଉପରେ ଏଣିକି ହ୍ରାସ ପାଇବ ଇଏମଆଇ 

ଉଭୟ ରେପୋ  ଓ ରିଭର୍ସ ରେପୋ ରେଟରେ ଦଶମିକ୍ ଦୁଇ ପାଂଚ ପ୍ରତିଶତ କମାଇଲେ ଆରବିଆଇ,କୃଷକଙ୍କ ଋଣ ସୀମା ପରିମାଣ ବି ବୃଦ୍ଧି 

249

କନକ ବ୍ୟୁରୋ : କମିଲା ସୁଧ ହାର । ଏଣିକି ଆପଣ ଆଣିଥିବା ଗୃହ ଋଣ ଉପରେ ପୂର୍ବ ଅପେକ୍ଷା କମ୍ ଇଏମଆଇ ଦେବାକୁ ପଡିବ  । ସେହିପରି କୃଷକଙ୍କ ପାଇଁ ଋଣର ସୀମାକୁ ବୃଦ୍ଧି କରିଛନ୍ତି ଆରବିଆଇ । ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜିର ମୁଦ୍ରାନୀତି ସମୀକ୍ଷାରେ ଏହି ନିଷ୍ପତି ନେଇଛି । ମୁଦ୍ରାନୀତିର ସମୀକ୍ଷା ପରେ ରିଭର୍ସ ରେପୋ ରେଟ୍ରେ ୦.୨୫ ପ୍ରତିଶତ ହ୍ରାସ କରିଛନ୍ତି ଆରବିଆଇ । ରିଭର୍ସ ରେପୋ ରେଟକୁ ୬.୫ପ୍ରତିଶତରୁ ୬.୨୫ହ୍ରାସ କରିଛି କେନ୍ଦ୍ରିୟ ବ୍ୟାଙ୍କ୍ ଆରବିଆଇ ।

ସେହିପରି ରେପୋ ରେଟରେ ୨୫ପ୍ରତିଶତ ହ୍ରାସ କରିଛନ୍ତି । ଅର୍ଥାତ ରେପୋ ରେଟ୍ ୬ଦଶମିକ୍ ୨୫ ପ୍ରତିଶତରୁ ହ୍ରାସ ପାଇ ୬ପ୍ରତିଶତ ହୋଇଛି । ଦେଶର ଅନ୍ତରୀଣ ବଜେଟ ପରେ ସୁଧ ହାରକୁ ନେଇ ଆରବିଆଇର ଆଭିମୁଖ୍ୟ କଣ ରହିବ ତାଉପରେ ସମସ୍ତଙ୍କ ନଜର ରହିଥିଲା । ଏହା ସହିତ ୨୦୧୯-୨୦ ଆର୍ଥିକ ବର୍ଷରେ ଜିଡିପି ହାର ୭ଦଶମିକ୍ ୪ପ୍ରତିଶତ ରହିବ ବୋଲି ଅନୁମାନ କରିଛି ଆରବିଆଇ ।